ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ପଟ୍ଟାମୁଣ୍ଡାଇ ୨୪/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଖଡିଅଣ୍ଟା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥିଭାବେ ସ୍ମୃତି ରଞ୍ଜନ ମଲ୍ଲିକ
ମୂଖ୍ୟ ଵକ୍ତାଭାଵେ ସୁନୀତି କୁମାରୀ ଦାଶ, ସମ୍ମାନୀତ ଅତିଥିଭାବେ ଗାଲେଖ ପ୍ରସାଦ ମଲ୍ଲିକ,ସଂଘମିତ୍ରା ନାୟକ, ପ୍ରେମବାଳା ମହାପାତ୍ର,ଜୀବନ ବୀମା ନିଗମର ଚିଫ୍ ଆଡଭାଇଜର ରଞ୍ଜନ କୁମାର ପ୍ରଧାନ ଯୋଗଦେଇ ଅବସର କାଳୀନ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପ୍ରଧାନଙ୍କ କାର୍ଯ୍ୟକାଳ ଭିତରେ ବିଦ୍ୟାଳୟର ଉନ୍ନତୀ କରଣ ତଥା କୁନି କୁନି ପିଲାମାନଙ୍କୁ ସ୍ନେହ ମମତା ଡୋରିରେ ଶିକ୍ଷାଦାନ କରିବା ଉପରେ ଆଲୋକପାତ କରିଥିଲେ।
ସହକାରୀ ଶିକ୍ଷୟିତ୍ରୀ ସଞ୍ଜୁଲତା ପଣ୍ଡା,ପରିଚୟ ପ୍ରଦାନ କରିଥିବା ବେଳେ,ପୁଷ୍ପମାଞ୍ଜରୀ ବିଶ୍ୱାଳ, ବନିତା ରାଉତ, ଜୟଶ୍ରୀ ସାମଲ, ସଂଘମିତ୍ରା ସେଠି, ମିତାରାଣୀ ଦାସ, ଦୀପକ କୁମାର ସେଠି ଶାନ୍ତି ଲତା ଦାସ, ରଶ୍ମିରେଖା ମିଳିକ, ପ୍ରଦୀପ କୁମାର ମଳିକ, ମନୋଜ କୁମାର ଦାଶ, ସଞ୍ଜୁ ଲତା ଦାସ ପ୍ରମୁଖ ସଭା ପରିଚାଳନା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀ ମାନେ ଯୋଗଦେଇଥିଲେ । ଶେଷରେ ପୁଷ୍ପ ମଞ୍ଜରୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।