ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ! ଗୋଶାଳା ଗୋଖାଦ୍ୟ ପାନୀୟଜଳ, ଏସ ଆଇ ଆର ଉପରେ ଫୋକସ

0

ପଟ୍ଟାମୁଣ୍ଡାଇ୨୪/୮- ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଓ ଏସ ପି ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଏସ ପି ସୁଧାକର ସାହୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୀତଲ ଅଗ୍ରୱାଲ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣି ଥିଲେ I ବନ୍ୟା ସମୟ ଥିବାରୁ ଧୋୟାଞ୍ଚଳ ଲୋକମାନେ ଅନୁପସ୍ଥିତି ଥିବାବେଳେ ମୁଖ୍ୟତଃ ଗୋଖାଦ୍ୟ ପାନୀୟଜଳ ଗୋଶାଳା ନିର୍ମାଣ ଓ ଏସ ଆଇ ଆର ଉପରେ ଫୋକସ କରାଯାଇ ଅଭିଯୋଗ ଆଗତ ହୋଇଥିଲା I ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ୟାଞ୍ଚଳରେ ୭ଦିନ ରିଲିଫ ୧୫ଦିନ ଗୋଖାଦ୍ୟ ଓ ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିଲେ I ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ପାଣି ଘେରରେ ଥିବା ୧୫୦୦ପରିବାର କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସମସ୍ତ ସରକାରୀ ସୁବିଧା ଯୋଗାଇବା, ଡିହାପଡା ସଭ୍ୟା ରେଣୁକା ସେଠୀ ପଂଚାୟତକୁ ଆସୁଥିବା ସରକାରୀ ଅନୁଦାନର ସଦବିନିଯୋଗ କରି ସମସ୍ତ ୱାର୍ଡ ବିକାଶ ପାଇଁ ଖର୍ଚ୍ଚ କରିବା ଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ ଦୁର୍ଗମ ସିଂହଗାଁ ପଂଚାୟତକୁ ଆବଶ୍ୟକ ଡ଼ଙ୍ଗା ରିଲିଫ ଗୋଖାଦ୍ୟ ପାଲ ପାନୀୟଜଳ ଓ ଔଷଧ ଯୋଗାଇବା ପାଇଁ ଦାବୀ କରିଥିଲେ I ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ ପେଣ୍ଠପାଳ ପଂଚାୟତର ବିପନ୍ନ ଲୋକମାନଙ୍କୁ ପାନୀୟଜଳ ଓ ଗୋଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ ଏସ ଆଇ ଆର ନାଁରେ କଟା ଯାଇଥିବା ଯୋଗ୍ୟ ଭୋଟର ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ଶାସନ ସରପଞ୍ଚ ସଂଗ୍ରାମ ବାରିକ ଲୋ ଭୋଲଟେଜ ସମସ୍ୟା ଦୂର ପାଇଁ ନୂତନ ଟ୍ରାନସଫର୍ମର ସ୍ଥାପନ ପାଇଁ ଦାବୀ କରିଥିଲେ I ପୂର୍ବତନ ସରପଞ୍ଚ ପ୍ରଭାତ ରଞ୍ଜନ ପ୍ରଧାନଙ୍କ ସମେତ ଅନେକ ଯୋଗ୍ୟ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ପାଇଁ ହୋଇଥିବା ଚକ୍ରାନ୍ତ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା I ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ନୀଳକଣ୍ଠପୁର ବାଛରା ବାଲିପାଟଣା ପଂଚାୟତ ଓ ପୌରାଞ୍ଚଳର ବନ୍ୟାବିପନ୍ନ ୧୧ଟି ୱାର୍ଡକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଘେରିବନ୍ଧ ନିର୍ମାଣ,ବନ୍ୟାବିପନ୍ନ ରନ୍ଧା ଖାଦ୍ୟ ପାଲ ଗୋ ଖାଦ୍ୟ ପାନୀୟଜଳ ପାଲ ଓ ୧୫ଦିନ ରିଲିଫ ଯୋଗାଇବା,ବର୍ଷା ବନ୍ୟା କ୍ଷତିଗସ୍ତ ରାସ୍ତାଘାଟ ମରାମତି ସହ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା, ପୌରାଞ୍ଚଳର ତଳିଆ ଅଂଚଳରେ ଥିବା ସମସ୍ତ ବସ୍ତି ବାସିନ୍ଦା ଲୋକମାନଙ୍କୁ ରିଲିଫ ଯୋଗାଇବା ଓ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ଘନ ଘନ ଚୋରୀ ରୋକିବା ପାଇଁ କଡା ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଓ ଦୁର୍ଘଟଣା ରୋକିବା ପାଇଁ ବାଇପାସ ବିଜୁ ପଟନାୟକ ଛକରେ ପୋଲିସ ମୁତୟନ କରିବା ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ ଓ ସମ୍ପାଦକ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ଦାବୀପତ୍ର ପ୍ରଦାନ କରିଥିଲେ I ଖଣତା ସରପଞ୍ଚ ଅନିଲ ଲେଙ୍କା ଗୋ ଶାଳା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ମୋଟାମୋଟି ଭାବେ ଗୋଖାଦ୍ୟ ଗୋଶାଳା ପାନୀୟଜଳ ଯୋଗାଣ ଉପରେ ଜନଶୁଣାଣୀ ଶିବିରରେ ଫୋକସ କରାଯାଇଥିଲା I ଜନଶୁଣାଣୀ ଶିବିରରେ ଆଗତ ୮୬ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯାଇଥିଲା I ୩ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା I ଏହି ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ I

Leave A Reply

Your email address will not be published.