ମାଛରା ଆଦର୍ଶ ବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ।

0

କୋରାପୁଟ: ୨୪/୮ ସାଇବର ଅପରାଧ ଓ ଅନଲାଇନ୍ ଠକେଇରୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ କୋରାପୁଟ ସାଇବର ପୋଲିସ୍ ପକ୍ଷରୁ ଲଗାତାର ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି କୋରାପୁଟ କଫିବୋର୍ଡ ନିକଟସ୍ଥ ମାଛରା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ସାଇବର ଡିଏସ୍‌ପି ମେଡାମ୍ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ସାଇବର ପୋଲିସ୍ ଟିମ୍ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସାଇବର ଅପରାଧ, ଅନଲାଇନ୍ ଠକେଇ, ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସନ୍ଦେହଜନକ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଏହି ଅବସରରେ ଶୋଭା ଅନୁଷ୍ଠାନ ର ପ୍ରୋଗ୍ରାମ୍ ମ୍ୟାନେଜର ସାନ୍ତାକ୍ଷୀ ତିବାରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ସଚେତନତାକୁ ଅଧିକ ସହଜ ଓ ପ୍ରଭାବଶାଳୀ କରିବା ପାଇଁ ଭିଡିଓ ମାଧ୍ୟମରେ ବିଭିନ୍ନ ସାଇବର ଠକେଇର ଉଦାହରଣ ଏବଂ ଏଥିରୁ କିପରି ସୁରକ୍ଷିତ ରହିବେ ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇ ଦିଆଯାଇଥିଲା।


ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ମାଧ୍ୟମ ସହ ଅଧିକ ଜଡ଼ିତ ଥିବାରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ସାଇବର ଅପରାଧକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଓଡ଼ିଶାରେ ମଧ୍ୟ ସାଇବର ସୁରକ୍ଷା ନେଇ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ଅଭିଯାନ ଚାଲିଛି।
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ।

Leave A Reply

Your email address will not be published.