ଗଜପତି,୧୭.୮(ମନୋଜ ପାଢ଼ୀ) :-ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ସହରର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ହୋଇଥିଲା। ଏହି ଧରପଗଡ ସମୟରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ପ୍ରତାପ ଚନ୍ଦ୍ର ଦାସ (୫୨), ଚିନ୍ମୟ କୁମାର ବକ୍ସି (୨୨), ରାଜେନ୍ଦ୍ର କୁମାର ପଣ୍ଡା (୩୭) ଏବଂ ଲୋପିଣ୍ଟା ଲକ୍ଷ୍ମଣ ରାଓ (୨୮) ଚାରି ଜଣ ବ୍ୟକ୍ତି ଧରା ପଡ଼ିଥିଲେ।ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଉପଦ୍ରବ ଏବଂ ଅଶାନ୍ତି ସୃଷ୍ଟି କରୁଥିବା କାର୍ଯ୍ୟ ବିରୋଧରେ ଗଜପତି ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଦର୍ଶ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ସର୍ବସାଧାରଣ ସ୍ଥାନରେ ମଦ୍ୟପାନରୁ ବିରତ ରହିବା ସହ ପୋଲିସକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.