ଗଜପତି,୧୭.୮(ମନୋଜ ପାଢ଼ୀ) :-ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସମୟରେ କଂଗ୍ରେସ ନେତା ରାହୁଲ ଓ ସୋନିଆଙ୍କ ଅସମ୍ମାନ ଅଭିଯୋଗରେ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା କଙ୍ଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ସମୟରେ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଦଳୀୟ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ପରିବେଷଣ ବେଳେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏଣେତେଣେ ଚଳପ୍ରଚଳ କରୁଥିବା ଓ ବନ୍ଦେ ମାତରଂ ସଙ୍ଗୀତକୁ ଅଧାରେ ବନ୍ଦ କରିବା ପାଇଁ ଇସାରା କରୁଥିବା ଅଭିଯୋଗ କରିବା ସହ ଯୁବମୋର୍ଚ୍ଚା ଏହାକୁ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ବୋଲି ଦର୍ଶାଇଛି।ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଦେଶର ଗୌରବ ଓ ଜାତୀୟ ଏକତାର ପ୍ରତୀକ। ଏହାର ମର୍ଯ୍ୟାଦା ରକ୍ଷା କରିବା ଦଳମତ ନିର୍ବିଶେଷରେ ସମସ୍ତଙ୍କ ଦାୟିତ୍ୱ। ତେଣୁ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ପ୍ରତି ଏଭଳି ବ୍ୟବହାରକୁ ଗ୍ରହଣ କରାଯିବ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଥିଲେ।ବିକ୍ଷୋଭ ସମୟରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଖଣ୍ଡଳ ମଣି, ଜିଲ୍ଲା ଯୁବ ସଭାପତି ସତ୍ୟଜିତ ବିଷୋୟୀ, ବିଜେପି ଉପସଭାପତି ନରେଶ ପାଲାକା, ସାଧାରଣ ସମ୍ପାଦକ କେ. ବିଜୟ କୁମାରଙ୍କ ସମେତ ବହୁ ଯୁବମୋର୍ଚ୍ଚା ନେତା ଓ ବରିଷ୍ଠ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.