ଅପହୃତ କଲେଜ ଛାତ୍ର ଉଦ୍ଧାର: ଅପହରଣକାରୀଙ୍କ ମଧ୍ୟରୁ ୧ ଗିରଫ!
ପଟ୍ଟାମୁଣ୍ଡାଇ୭/୮ :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ଜନୈକ ଛାତ୍ରକୁ ସଂଘବଦ୍ଧ ଆକ୍ରମଣ କରାଯାଇ ନିସ୍ତୁକ ମାଡ ମରାଯାଇ ଅପହରଣ କରାଯାଇଥିଲା Iଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା ଦିଆଯାଇଥିଲା I ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଅପହୃତ ବାଳକକୁ ଉଦ୍ଧାର କରିବା ପାଇଁ ଗତକାଲି ଜିଲ୍ଲା ଏସ ସି ଏସ ଟି ସଂଘ ଏସ ପିଙ୍କୁ ଦାବୀପତ୍ର ଦେଇଥିଲା I ଆଜି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଥାନା କେଶ ନଂ ୪୦୪/୨୦୨୬ରେ ମୋକଦମା ରୁଜୁ କରି ରାଜନଗର ଅଂଚଳର ଦେବେଶ ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ ସଟ ଷ୍ଟେ ହୋମ କୁ ପଠାଇବା ସହିତ ଅପହୃତ ବାଳକକୁ ଉଦ୍ଧାର କରାଯାଇଛି ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ସୂଚନା ଦେଇଛନ୍ତି I