ପଟ୍ଟାମୁଣ୍ଡାଇ୭/୮: ପଟ୍ଟାମୁଣ୍ଡାଇ ବ୍ଲକର ଶାସନ ପଂଚାୟତ ମାଳିପୁର ଗ୍ରାମରେ ଶନି ମନ୍ଦିର ନିକଟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ କେନ୍ଦ୍ରକରି ବାଦବିବାଦ ଲାଗିରହିଛି ।ଗୋଟିଏ ଗୋଷ୍ଠୀ ନିର୍ମାଣକୁ ସମର୍ଥନ କରୁଥିବା ବେଳେ,ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ଅନଶନରେ ବସିଛନ୍ତି ।ଏହି ଅଭାବନୀୟ ଦୃଶ୍ୟ ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଶାସନ ପଞ୍ଚାୟତରେ ଦେଖିବାକୁ ମିଳିଛି। ପ୍ରକାଶ ଥାଉକି,ସରକାରୀ ରାସ୍ତା ଉପରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବା ଅଭିଯୋଗକରି ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରି ଗତକାଲି ଠାରୁ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସଙ୍କ ନେତୃତ୍ୱରେ ଅନଶନକୁ ସମର୍ଥନ ଜଣାଇ କିଛି ଲୋକ ଅନଶନରେ ସାମିଲ ହୋଇଥିଲେ। ଅପରପକ୍ଷେ ଶନି ମନ୍ଦିର ଶନିମନ୍ଦିର ନିର୍ମାଣକୁ ସମର୍ଥନ ଜଣାଇ ଶାସନ ପଞ୍ଚାୟତ ସରପଞ୍ଚ ସଂଗ୍ରାମ କେଶରୀ ବାରିକଙ୍କ ନେତୃତ୍ୱରେ ପଂଚାୟତର କିଛି ମହିଳା ଓ ପୁରୁଷମାନେ ଶୋଭାଯାତ୍ରାରେ ଆସି ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗୋଷ୍ଠୀ ଶୌଚାଳୟ ନଭାଙ୍ଗିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ I ଶନି ମନ୍ଦିର ଗୋଷ୍ଠୀ ଶୌଚାଳୟ ନିର୍ମାଣରେ ଦେଖା ଦେଇଥିବା ବିବାଦୀୟ ପରିସ୍ଥିତି ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ସେ କହିଲେ ଉଭୟ ପକ୍ଷର ଦାବୀ ଓ ଅଭିଯୋଗକୁ ଅନୁଧ୍ୟାନ କରିଛି I ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣାଧୀନ ଏହି ପ୍ରକଳ୍ପ ସମ୍ପର୍କରେ ସ୍ପଷ୍ଟୀକରଣ ମଗାଯିବାରୁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଶନି ମନ୍ଦିର ଭକ୍ତ ପାଇଁ ନିର୍ମାଣ କରାଯାଉଥିବା ସୂଚନା ମିଳିଛି I ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲକୁ ପଚାରିବାରେ ସେ କହିଲେ ଶନି ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ନିକଟରେ କୌଣସି ଶୌଚାଳୟ ନଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ପଂଚାୟତ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା I ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାରୀ ଅନୁଦାନରେ ସରକାରୀ ଜମିରେ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି ବୋଲି ପ୍ରକାଶ କରିଥିଲେ I ତେବେ ଶନି ମନ୍ଦିର ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ଦେଖା ଦେଇଥିବା ବାଦ ବିବାଦର
ଅନ୍ତ କେବେ ଘଟୁଛି?
Sign in
Sign in
Recover your password.
A password will be e-mailed to you.