ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ୫/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ପଂଚାୟତ ବାଲିପାଟଣା ଗ୍ରାମର ରାମ ଚନ୍ଦ୍ର ଜେନା (୮୨) ଆଜି ଦିନ ୧୦ଟା ବେଳେ ନିଜ ଗାଇ ଆଣିବାକୁ ବ୍ରାହ୍ମଣୀ ନଦୀ ନିକଟସ୍ଥ ଅଂଚଳକୁ ଯାଇଥିଲେ I ମାତ୍ର ନଦୀ ପାର ହୋଇ ଆସୁଥିବା ସମୟରେ ଭୁଲ କ୍ରମେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ବୁଡି ଯାଇଥିଲେ I ପରିବାର ଲୋକମାନେ ବହୁ ଖୋଜାଖୋଜି କରି ବ୍ରାହ୍ମଣୀ ନଦୀ ମଧ୍ୟରୁ ରାମ ଚନ୍ଦ୍ରଙ୍କ ମୃତ ଶରୀର ଉଦ୍ଧାର କରିଥିଲେ I ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି I