ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପଟ୍ଟାମୁଣ୍ଡାଇ ୫/୮– ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ପୌରାଞ୍ଚଳର ସାମଗ୍ରିକ ବିକାଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ I ବିଶେଷ କରି ବନ୍ୟା ବିପନ୍ନ ଅଂଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ଡାକ୍ତରୀଦଳ ସହ ଔଷଧ ସାଲାଇନ ଓ ସାପ କାମୁଡା ଇଞ୍ଜେକ୍ସନ ମହଜୁଦ କରି ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିବା, ନଳକୂପ ବିଶୋଧନ ସହ ବିଶୁଦ୍ଧ ପାନୀୟଜଳ ଯୋଗାଇବା, ବନ୍ୟା ଓ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବା, ବନ୍ୟା ଓ ବର୍ଷାରେ ନଷ୍ଟ ହୋଇଥିବା ରାସ୍ତାଘାଟ ସହ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ମଦନପୁର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ମରାମତି କରିବା, ଅସମ୍ପୂର୍ଣ୍ଣ ଅଙ୍ଗନବାଡି ଗୃହ ସଂପୂର୍ଣ୍ଣ କରିବା, ଠିକଣା ଢଙ୍ଗରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ବିପର୍ଯ୍ୟସ୍ତ ବିଦ୍ୟୁତ ସେବାରେ ସୁଧାର ଆଣିବା ସର୍ବୋପରି ଉଠା ଦୋକାନୀ ଥଇଥାନକୁ ତ୍ୱରାନ୍ୱିତ କରିବା ଦିଗରେ ନିଷ୍ଠାର କାର୍ଯ୍ୟ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଗତ ବୈଠକର ବିବରଣୀ ପାଠ କରିଥିଲେ I ଏହି ବୈଠକରେ କାଉନସିଲର ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ, ପ୍ରିୟଙ୍କା ସେଠୀ, ଲାସ୍ୟମୟୀ ସାହୁ, ସନ୍ତୋଷ ଦାସ ଲଷ୍ମୀପ୍ରିୟା ସାହୁ, ମଧୁସ୍ମିତା ମଲିକ ସୁଧାମୟ ମଲିକ ରୀନାରାଣୀ ମଲିକ ଝରଣା ବେହେରା ସୁବାଷ ମଲିକ ମଳୟ ଓଝା ସମ୍ରାଟ ଜେନା, ବିଦ୍ୟାଧର ସେଠୀ ଓ ଶ୍ରୀମତୀ ମଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିଥିଲେ I ଏହି ବୈଠକରେ ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା, ଜଳସମ୍ପଦ ସହକାରୀ ଯନ୍ତ୍ରୀ ସୁନୀଲ ନାୟକ ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ନିରାକାର ପରିଡା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ ସି ଡ଼ି ପି ଓ ଲଷ୍ମୀମଣି ସିଂ, ଯୋଗାଣ ନିରୀକ୍ଷକ ପୁଷ୍ପ ଲତା ଗାହାଣ ପ୍ରମୁଖ ବିଭିନ୍ନ ବିଭାଗ ର ଅଧିକାରୀମାନେ ଯୋଗ ଦେଇଥିଲେ Iଏହି କାର୍ଯ୍ୟକ୍ରମକୁ ସରୋଜ ପଣ୍ଡା ପ୍ରଫୁଲ୍ଲ ଦାଶ, ହୃଷିକେଶ ନାଥ ଗଙ୍ଗାଧର ନାୟକ, ତପସ୍ୱିନୀ ଦାଶ ମନୋରଞ୍ଜନ ଦାଶ ବିଜୟ ସ୍ୱାଇଁ ଗଣେଶ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ I

Comments are closed.