ବାସୁଦେପୁର: ଅମଳ ହୋଇ ପଡ଼ିଛି ଶହ ଶହ କୁଇଣ୍ଟାଲ ସୂର୍ଯ୍ୟମୁଖୀ ମଞ୍ଜି। ମାସ ମାସ ଧରି ମଞ୍ଜି ପଡ଼ିଥିଲେ ବି ବିକ୍ରି ହୋଇପାରୁନି। ବର୍ଷା ଦିନ ଚାଲି ଥିବାରୁ ମଞ୍ଜି ଖରାପ ହେବାକୁ ହେଲାଣି। ଅମଳ ମଞ୍ଜି ବିକ୍ରି କରି ନପାରି ଚାଷୀ ଚିନ୍ତାରେ ପଡ଼ିଛି। ଏହାର ପ୍ରତିବାଦ କରି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବାସଦେବପୁର କୃଷି କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଧାରଣାରେ ବସିଥିବା ନଜରକୁ ଆସିଛି। ତେବେ ଧାରଣାରୀ ଚାଷୀଙ୍କ ମଧ୍ୟରୁ ବିମ୍ବାଧର ମହାଳିକ ନାମକ ଚାଷୀ ଅସୁସ୍ଥ ହୋଇପଡ଼ିବାରୁ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି।
Comments are closed.