ଭୁବନେଶ୍ୱର ତା 05/08/26: ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ତଥା ବିଜେଡି ସାଂସ୍କୃତିକ ସାମୁଖ୍ୟ ପକ୍ଷରୁ ସ୍ଥାନୀୟ ମହାଡାକପାଳ ଛକ ନିକଟ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବାଚସ୍ପତି, ସମାଜ ସାମ୍ବାଦିକ, ସମ୍ବିଧାନ ବିଶେଷଜ୍ଞ, ଶିକ୍ଷାବିତ, ବିଶିଷ୍ଟ ପ୍ରବକ୍ତା ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ମହାଡାକପାଳଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ବରିଷ୍ଠ ସାମ୍ବାଦିକ, ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସତ୍ୟବାଦୀର ମାନ୍ୟବର ବିଧାୟକ ଓମ୍ ପ୍ରକାଶ ମିଶ୍ର, ଅନ୍ୟତମ ଅତିଥି ଭାବେ ବିଜେଡି ସାଂସ୍କୃତିକ ସାମୁଖ୍ୟ ସଂଯୋଜକ, କବି ପ୍ରବୀର ମହାନ୍ତି, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ଭାଷାପ୍ରାଣ ମନୋରଞ୍ଜନ ମହାନ୍ତି, ଗିରିଜା ଶଙ୍କର ମହାପାତ୍ର,ରମେଶ ଚନ୍ଦ୍ର ପାତାଳ ସିଂ,କସ୍ତୁରୀ ମହାପାତ୍ରଙ୍କ ସହିତ ବହୁ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଯୋଗ ଦେଇ ସ୍ବର୍ଗତ ନୀଳ କଣ୍ଠ ଦାସଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ର ସ୍ମୃତିଚାରଣ କରିଥିଲେ l ଶ୍ରୀଯୁକ୍ତ ଶତପଥୀ ଓ ବିଧାୟକ ଶ୍ରୀଯୁକ୍ତ ମିଶ୍ର ସ୍ମୃତିଚାରଣ ପୂର୍ବକ ମତ ବ୍ୟକ୍ତ କରିଥିଲେ ଯେ ସ୍ବର୍ଗତ ନୀଳକଣ୍ଠ ଦାସ ଥିଲେ ଆଗ୍ନେୟ ପ୍ରତିଭା l ସାମ୍ବାଦିକତା, ସାହିତ୍ୟ, ଶିକ୍ଷା ସହିତ ସମ୍ବିଧାନର ଗାରିମା ରକ୍ଷା କରିବା ସହିତ ସାଧାରଣ ଜନତା ଓ ଓଡିଶା ପାଇଁ ସମର୍ପିତ ଭାବେ ଯେଉଁ ସ୍ମୃତି ଛାଡିଛନ୍ତି, ବାସ୍ତବିକ ତାହା ଅବର୍ଣ୍ଣନୀୟ l ଏହି ଅବସରରେ ଭାଷାପ୍ରାଣ ଲକ୍ଷ୍ମୀଧର ବେହେରା, କବି କାମଦେବ ମହାପାତ୍ର ଓ ପ୍ରାଚାର୍ଯ୍ୟ ରଙ୍ଗାଧର ସାହୁ ଙ୍କୁ “ପଣ୍ଡିତ ନୀଳକଣ୍ଠ ଦାସ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସ୍ବରଚିତ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କବି କାମଦେବ ମହାପାତ୍ର ଓ କବୟିତ୍ରୀ ସରୋଜିନୀ ମିଶ୍ର l କାର୍ଯ୍ୟକ୍ରମ କୁ ସୀତାଂଶୁ ଶେଖର ମହାରଣା, ଭାଷାପ୍ରାଣ ଅକ୍ଷୟ ଓ ଅମିତ ପାଲ ସିଂ ପରିଚାଳନା କରିଥିଲେ