ମହିଳାଙ୍କୁ ଟାଣିନେଲା କୁମ୍ଭୀର !

0

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ମହିଳା ଜଣକ ନଦୀ କୂଳକୁ ଶୌଚ ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ଦୀର୍ଘ ସମୟ ଧରି ସେ ନିଖୋଜ ରହିଥିବାବେଳେ ନଦୀ କୂଳରୁ ତାଙ୍କର ଚପଲ ଓ ବ୍ରସ୍ ଉଦ୍ଧାର ହୋଇଛି।

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।

ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ କୁମ୍ଭୀର ଆକ୍ରମଣର ସନ୍ଦେହକୁ କେନ୍ଦ୍ର କରି ସମଗ୍ର ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଖୋଜାଖୋଜି ଜାରି ରହିଛି।

Leave A Reply

Your email address will not be published.