ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

0

 ବିହାର : ଜାତୀୟ ରାଜନୀତିରେ ବିହାର ଉପନିର୍ବାଚନ ଏକ ହଲଚଲ ସୃଷ୍ଟି କରିଛି। ତାହା ହେଲା ବାଙ୍କିପୁର ଉପନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ପୂର୍ବରୁ ପ୍ରଶାନ୍ତ ବିଭିନ୍ନ ପ୍ରାର୍ଥୀ ତଥା ଦଳକୁ ବିଜୟୀ କରିଆସୁଥିବା ବେଳେ ଏଥର ସେ ନିଜେ ବିଜୟ ଲାଭ କରିଛନ୍ତି। ଗତ ବିହାର ନିର୍ବାଚନରେ ତାଙ୍କ ଦଳ ସଫଳତା ହାସଲ କରିପାରି ନ ଥିଲା। ହେଲେ ଏଥର ଚର୍ଚ୍ଚିତ ବାଙ୍କିପୁର ଉପନିର୍ବାଚନରେ ଜିତିବା ନେଇ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି।

ବାଙ୍କିପୁର ନିର୍ବାଚନ ମଣ୍ଡଳି ହେଉଛି ସେହି ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ନୀତିନ ନବୀନ ଲଗାତର ବିଜୟୀ ହେଉଆସୁଥିଲେ। ନବୀନ ଦଳର ରାଷ୍ଟ୍ରୀୟ ସଭାପତି ହେବାରୁ ସେ ସେହି ଆସନରୁ ଇସ୍ତଫା ଦେଇଥିଲେ। ଏହାପରେ ଜୁଲାଇ 30 ତାରିଖରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେପି ନୀରଜ ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ପ୍ରଶାନ୍ତ କିଶୋରଙ୍କଠାରୁ 19000 ଭୋଟରେ ହାରିଯାଇଛନ୍ତି। ଏଥିରେ ଆରଜେଡି ତୃତୀୟ ସ୍ଥାନରେ ରହିଛି।

ପ୍ରଶାନ୍ତ କିଶୋର ଜିତିବା ପରେ ବାଙ୍କିପୁରର ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହିତ ବିହାରର ବିକାଶ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ବିଜେପିକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସେମାନଙ୍କୁ ବିହାରରେ ଏପରି ନେତୃତ୍ୱ ବାଛିବାକୁ ପଡିବ ଯାହା ଶିକ୍ଷାକୁ ଉନ୍ନତ କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ। “ବିହାରର ଲୋକମାନେ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଜଣେ ଭଲ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଉଚିତ। ସେମାନେ ଚାହାଁନ୍ତି ନାହିଁ ଯେ ଅପରାଧିକ ପୃଷ୍ଠଭୂମି କିମ୍ବା ସନ୍ଦେହଜନକ ଆଚରଣ ଥିବା ବ୍ୟକ୍ତି ବିହାରର ନେତୃତ୍ୱ ନିଅନ୍ତୁ। ଏହା ପ୍ରଶାନ୍ତ କିଶୋର ପାଟନାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଦିଲ୍ଲୀର ଜନ୍ତର ମନ୍ତରରେ ବିଶାଳ ଛାତ୍ର ପ୍ରତିବାଦ ପରେ ଏହି ନିର୍ବାଚନ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। Gen Z ଙ୍କ ପ୍ରସଙ୍ଗ ନିର୍ବାଚନ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରତିଫଳିତ ହୋଇଥିଲା। 

Leave A Reply

Your email address will not be published.