ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

0

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ତମ ଜନ୍ମୋତ୍ସବ ପାଳିତ ହୋଇଛି। ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଏହି ଜନ୍ମ ଉତ୍ସବ ପାଳିତ ହୋଇଛି। ଏଥିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,ମହାନ୍ ସନ୍ଥ ପରମହଂସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ପାଟଶାଣୀ ,ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶ୍ରୀ ହରେକୃଷ୍ଣ ଶତପଥୀ,ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ସଭାପତି ଡ଼ଃ ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗଦେଇଥିଲେ।

ଏଥିରେ ଅତିଥୀମାନେ ବିଶ୍ବଭୂଷଣଙ୍କ ରାଜନୈତିକ ଜୀବନ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କକୁ ଉପସ୍ଥାପିତ କରିଥିଲେ। ଏଥିରେ ବିଧାୟକ ଗଣେଶ୍ବର ବେହେରା ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବା ବେଳେ କିପରି ବଡ ପଦକ୍ଷେପ ଗ୍ରହଣ କରିଥିଲେ ସେ ସଂପର୍କରେ ଅବତାରଣା କରିଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ବିଶ୍ବଭୂଷଣଙ୍କୁ ‘ଜଣେ ଭଲ ଲୋକ ଏକ ଭୁଲ ସ୍ଥାନ’ରେ ଅଛନ୍ତି ବୋଲି କହିଥିଲେ।

ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ବିଶ୍ବଭୂଷଣଙ୍କ ସହିତ ତାଙ୍କର ସଂପର୍କରେ କହିଥିଲେ। ଏହି ଅବସରରେ ତିନିଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ରାଜନେତା ପାଇଁ ବିଧାୟକ ବାବୁ ସିଂ, ସାଂସଦ ଦିଲ୍ଲୀପ ରାୟ ଏବଂ ସାହିତ୍ୟିକ ଭାବେ ବାଳମୁକୁନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.