ଖଣ୍ଡଗିରି: ସୋମବାର ସକାଳୁ ସକାଳୁ ପାତ୍ରପଡାସ୍ଥିତ ଔଷଧିୟ ଜ୍ଞାନ କେନ୍ଦ୍ର ନିକଟରେ ଥିବା ଏକ ତୁଳା କମ୍ପାନୀରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କମ୍ପାନୀର ୩୦ ରୁ ୪୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। କିନ୍ତୁ ନିକଟରେ ଥିବା ଏକ କପଡା କମ୍ପାନୀ ଓ ଆଉ ଏକ ଗୋଦାମ ଓ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ୩ ମେସିନ ନିଶ୍ଚିତ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି।ଖବର ପାଇ ୫ରୁ ଉର୍ଦ୍ଧ ଦମକଳ, ତମାଣ୍ଡୋ ଫେୟାର ଷ୍ଟେସନର ଦୁଇଟି ଦଳ, କେନ୍ଦ୍ରୀୟ ରେଞ୍ଚ ଭୁବନେଶ୍ୱର ଓ ଜଟଣୀ ଫେୟାର ଷ୍ଟେସନର ଗୋଟିଏ ଗୋଟିଏ ଦଳ , ଷ୍ଟ୍ରାଇକିଂ ଫେୟାର ଫୋର୍ସ ଓ ରବୋଟିକ ମନିଟର ଏବଂ ଆର୍ଟିକୁଲେଟ ୱାଟର ଟାୱାର ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବା କାମରେ ନିହୋଜିତ ଥିଲେ।ପ୍ରାୟ ୪/୫ ଘଣ୍ଟା କାଳ ପାଣି ମାରିବା ପରେ ଅଗ୍ନିକାଣ୍ଡ ନିୟନ୍ତ୍ରଣକୁ ଆସିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସଟ୍ ସର୍କିଟ କାରଣରୁ ଏହି ବଡ ଧରଣର ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ବୋଲି ତମାଣ୍ଡୋ ଅଗ୍ନିଶମ ଅଧିକାରୀ ଜ୍ଞାନ ରଞ୍ଜନ ବେହେରା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ସୁନ୍ଦରପଦାର ଆବାଶ ଅଲ୍ଲିଙ୍କ ପାତ୍ରପଡା ଠାରେ ଏକ ତୁଳା ଓ କପଡା ଭିଣା କମ୍ପାନୀ ଅଛି। ଉକ୍ତ ତୁଳା ଓ କପାଡାରୁ ତକିଆ, ସୋଫା, ଟେଡି ଜିନିଷ ତିଆରିରେ ବ୍ୟବହାର କରାଯାଏ। ସେଠାରେ ୫/୬ ଜଣ ଶ୍ରମିକ ରହି କାମ କରନ୍ତି।ସବୁଦିନ ପରି ଗତକାଲି ଶ୍ରମିକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରି ଶୋଇ ଯାଇଥିଲେ। କିନ୍ତୁ ଆଜି ସକାଳୁ ଶ୍ରମିକ ମାନେ ଉଠି କାମ ସରି ପୁଣି କମ୍ପାନୀ ଭିତରକୁ ଆସିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ।ସକାଳ ପ୍ରାୟ ୮ ଟା ବେଳେ ମାଲିକଙ୍କୁ ଫୋନ କରି ଜଣାଇବା ସହ ଦମକଳ କେନ୍ଦ୍ରକୁ ଜଣାଇଥିଲେ।ତୁଳା ଓ କପଡାରେ ନିଆଁ ଲାଗିଥିବାରୁ ନିମିଷକ ମଧ୍ୟରେ ବ୍ୟାପିଯାଇଥିଲା। ହୁ ହୁ ହୋଇ ଗୋଦାମ ସହ ସେଠାରେ ଲାଗିଥିବା ମେସିନ ସବୁ ଜଳିବାକୁ ଲାଗିଲା। ଅଗ୍ନିକାଣ୍ଡରେ ଟିଣ ଆଜବେଷ୍ଟସ ସେଡ ସବୁ ନଷ୍ଟ ହେବା ସହ ବଙ୍କା ହୋଇଯାଇଥିଲା। ପ୍ରାୟ ୩/୪ ଟି ମେସିନ ପୋଡି ପାଉଁଶ ହୋଇଯାଇଥିଲା।ଏହା ଛଡା ଗଦା ଗଦା କପଡା ଓ ତୁଳାରେ ନିଆଁ ଲାଗିଥିବାରୁ ସେଗୁଡିକ ଲିଭିବାରେ ନାଁ ଧରି ନଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିଲେ ମଧ୍ୟ ଦୀର୍ଘ ସମୟ ଧରି ମେସିନ ଗୁଡିକ ଚାଲିବା ଦ୍ବାରା ସଟ୍ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପ୍ରଥମେ ତମାଣ୍ଡୋ ଅଗ୍ନିଶମ ବାହିନୀର ଦୁଇଟି ଦଳ ଦମକଳ ସହ ଘଟଣା ସ୍ଥଳରେ ପହଁଚି ପ୍ରଥମେ ନିକଟରେ ଥିବା ଦୁଇଟି କପଡା ଗୋଦାମ ଓ ଅନ୍ୟାନ୍ୟ ଯନ୍ତ୍ର ଗୁଡିକରେ ପାଣି ମାରିବା ଆରମ୍ଭ କରିଥିଲେ। ପରେ ଉକ୍ତ ତୁଳା କମ୍ପାନୀରେ ପାଣି ମାଡ କରିଥିଲେ।କିନ୍ତୁ କମ୍ପାନୀର ଚାରିପଟେ ଗଛପତ୍ର ମାଡି ଥିବାରୁ ଗଡି ପସିବା ସମ୍ଭବ ହୋଇନଥିଲା। ତେଣୁ ଏକ ଜେସିବି ମେସିନ ଦ୍ବାରା କମ୍ପାନୀ ଚାରିପଟ ସଫା କରାଯାଇଥିଲା।ନିଆଁ ଆୟତ ହୋଇନଥିବାରୁ ଜଟଣୀ ଓ କେନ୍ଦ୍ରିୟ ରେଞ୍ଚ ଭୁବନେଶ୍ୱର ପକ୍ଷରୁ ପୁଣି ଦୁଇଟି ଦଳ ସହ ଷ୍ଟ୍ରାଇକିଂ ଫେୟାର ଫୋର୍ସ ପହଁଚି ନିଆଁ ଲିଭା କାମରେ ନିହୋଜିତ ହୋଇଥିଲେ।ଏହା ସହ ରବୋଟିକ ଯନ୍ତ୍ର ଓ ଆର୍ଟିକୁଲେଟ ୱାଟର ୱାଟରକୁ ଅଣାଯାଇଥିଲା।ଗୋଦାମ ଘରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଷ୍ଟାଇକଂ ଫୋର୍ସ ପସି ପାରି ନଥିଲେ। ତେଣୁ ରୋବୋଟିକ ଯନ୍ତ୍ରକୁ ଭିତରକୁ ଛାଡି ମନିଟରିଂ କରାଯାଇ ପାଣି ଓ ଫୋମ ସ୍ପ୍ରେ କରାଯାଇଥିଲା। ପ୍ରାୟ ଦେଢ ଘଣ୍ଟା ପରେ ଅଗ୍ନିକାଣ୍ଡ ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ତୁଳା ଓ କପଡା ହୋଇଥିବାରୁ ନିଆଁ କୁହୁଳି କୁହୁଳି ଭିତରକୁ ମାଡି ଯାଇଥିଲା।ଫଳରେ ମଝିରେ ମଝିରେ ପୁଣି ହୁ ହୁ ହୋଇ ଜଳି ଉଠୁଥିଲା। ତେଣୁ ଜେସିବି ମେସିନ ସାହାଯ୍ୟରେ ସେଗୁଡିକ ଭିଡି ବାହାରକୁ ଭିଡା ଯାଇଥିଲା।ସେଗୁଡିକ ଖେଳାଇବା ପରେ ପୁଣି ପାଣି ମାଡ କରାଯାଇଥିଲା। କିନ୍ତୁ ଆର୍ଟିକୁଲେଟ ୱାଟର ଟାୱାର ଆସିଥିଲେ ମଧ୍ୟ ତାର ବ୍ୟବହାର ଆବଶ୍ୟକ ପଡିନଥିଲା।ପ୍ରାୟ ୪/୫ ଘଣ୍ଟା ପରେ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.