କୋରାପୁଟ ସ୍ଥିତ କୋଟସ ଠାରେ ଓଡିଆ ଅସ୍ଣିତା ପୁସ୍ତକର ସମୀକ୍ଷା ଓ ପାଠକାର୍ପଣ ଉତ୍ସବ ।

0

କୋରାପୁଟରୁ ରିପୋର୍ଟର ସୁମତି ଟାକ୍ରି ଙ୍କ ରିପୋର୍ଟ ତା. ୨୦.୦୯.୨୦୨୬ ରିଖ ଦିନ କୋଟସ ଠାରେ ପ୍ର. ମାଗୁଣି ଚରଣ ବେହେରାଙ୍କ ଦ୍ୱାରା ରଚିତ ଓଡିଆ ପୁସ୍ତକ “ଓଡିଆ ଅସ୍ମିତା “ ର ସମୀକ୍ଷା ଓ ପାଠକାର୍ପଣ ଉତ୍ସବ ଅନୁଷ୍ଠି ହୋଇଯାଇଛି । କୋଟସର ନିର୍ଦ୍ଦେଶକ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏହି ଉତ୍ସବକୁ ଅଧ୍ୟକ୍ଷତା କରିଥିଲେ ଓ ପ୍ର. ନୃସିଂହ ଚରଣ ପଣ୍ତା, ପୂର୍ବତନ ଭି.ସି ଏବଂ ସଂସ୍କୃତ ବିଭାଗର ମୁଖ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ମୁଖ୍ୟ ଅତିଥି ଓ ସମୀକ୍ଷକ ଭାବରେ ଯୋଗଦାନ କରିଥିଲେ । ଶ୍ରୀ ରବି ଶତପଥି ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ କୋରାପୁଟ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିତ ସମ୍ବାଦିକ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।


ବହିଟି ବିଷୟରେ କହିବାକୁ ଯାଇ ପ୍ର. ମାଗୁଣି ଚରଣ ବେହେରା ଅସ୍ମୀତା ଶବ୍ଦର ବହୁ ମୁଖୀ ବ୍ୟାଖ୍ୟାକୁ ଉପସ୍ଥାପନ କରିଥିଲେ । ଅସ୍ମିତା ଅଂହ ଚେତନାରୁ ସମୁହ ଚେତନାର ଏକ ଯାତ୍ରା ଯାହା ଓଡିଆ ଅସ୍ମିତାର ସ୍ୱରୂପ ବର୍ଣ୍ଣନା କରେ । ଏହି ଅସ୍ମିତା ମଣିଷ ମଣିଷ ଭିତରେ ସମ୍ପର୍କ, ମଣିଷ ପ୍ରକୃତି ମଧ୍ୟରେ ସମ୍ପର୍କ ଏବଂ ମଣିଷ ପ୍ରକୃତି ଓ ପାରା ପ୍ରକୃତି ସହ ପ୍ରକୃତି ସଙ୍ଗମର ଏକ ପରିପ୍ରକାଶ । ଅସ୍ମିତା ଏକ ସ୍ଥିତିବାନ ଅଚଳନ୍ତି ଅବସ୍ଥା ନୁହେଁ । ଏହା ପରିବର୍ତ୍ତନଶୀଳ । ବର୍ତ୍ତମାନ ସମୟରେ ଏହା ଅତୀତ ଓ ଭବିଷ୍ୟତର ସାମୁହିକ ପରିପ୍ରକାଶ । ତାଙ୍କର ସମୀକ୍ଷା ଅଭିଭାଷଣରେ ପ୍ର. ପଣ୍ତା ପତଞ୍ଜଳି ଯୋଗ ଦର୍ଶନ ଓ ଅନ୍ୟାନ୍ୟ ବେଦ ବେଦାନ୍ତରୁ ଉଦାହରଣ ଦେଇ ଅସ୍ମିତାର ଦାର୍ଶନିକ ବ୍ୟାଖ୍ୟା କରିଥିଲେ । ଆମ ଶାସ୍ତ୍ର ଅନୁସାରେ ଅସ୍ମିତାର ଉପସ୍ଥିତି ନ ଥାଏ ଯେତେବେଳେ ଆତ୍ମା ପରମାତ୍ମା ସହ ଯୋଗ ହୋଇଥାଏ । ଅସ୍ମିତାରେ ଅଂହଭାବ ଦୃଢହେଲେ ସମାଜରେ ବିଭ୍ରାଟ ସୃଷ୍ଟି ହୋଇଥାଏ । ଅସ୍ମିତା “ମୋ “ ଚେତନାର ଏକ ବିସ୍ତୃତ ପରିଭାଷା, ପରିବର୍ତ୍ତନଶୀଳ ଓ ପରିଚୟର ଏକ ଭିତ୍ତିଭୂମି ।
ଡଃ ମହାପାତ୍ର ପ୍ରତିକ୍ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଓଡିଆ ପୁସ୍ତକକୁ ଆଲୋଚନା କରି ଓଡିଆ ଅସ୍ମିତାର ବହୁମୁଖି ଧାରାକୁ ବ୍ୟାଖ୍ୟା କରିଥିଲେ । ଶେଷରେ କୋଟସର ସହଯୋଗୀ ପ୍ରଫେସର ଡଃ ନରେନ୍ଦ୍ର କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ଶ୍ରୀ ସୁଧାକର ପଟ୍ଟନାୟକ, ଡଃ ରାଜେନ୍ଦ୍ର ପାଢୀ, ଡଃ ପରେଶ କୁମାର ରଥ, ପ୍ରଫୁଲ୍ଲ ପାଢୀ, ନାରାୟଣ ପଣ୍ଡା, ଡଃ ପ୍ରଦୀପ କୁମାର ବେହେରା, ଜଳନ୍ଧର ସ୍ୱାଇଁ, ରମେଶ ଚନ୍ଦ୍ର ସାହୁ, ବିଜୟ ପ୍ରଧାନ, ପ୍ର. ଜଗବନ୍ଧୁ ସାମଲ, ଘାସିରାମ ବେହେରା, ଡଃ କାର୍ତ୍ତିକ ଚରଣ ଲେଙ୍କା, ଇନ୍ଦିରା ପଟ୍ଟନାୟକ ପ୍ରଭୃତି ଯୋଗ ଦେଇଥିଲେ । କୋଟସର ବିଭାଗୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମକରେ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.