କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତେଲଙ୍ଗାଵସନ୍ତ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ପଟ୍ଟାମୁଣ୍ଡାଇ ୬/୧୧:କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ତେଲଙ୍ଗାଵସନ୍ତ ନୋଡାଲ ଉ:ପ୍ରା ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚୁଆଲ ମୋଡ଼ ମାଧ୍ୟମରେ ବିଦ୍ୟାଳୟ ମାନଙ୍କର ଶିଳାନ୍ୟାସ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଅତ୍ୟାଧୁନିକ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ରାଜ୍ୟବ୍ୟାପୀ ଶୁଭାରମ୍ଭ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୬୩୦ଗୋଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।


ଏହିକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ମୂଖ୍ୟ ଅତିଥିଭାବେଅ ତିରିକ୍ତ ବ୍ଲକ ଶିକ୍ଷାଧିକାରୀ
ସୁନିତି ଦାଶ,ମୂଖ୍ୟ ଵକ୍ତାଭାଵେ ସିଆରସିସି ବିଭୁ ରଞ୍ଜନ ସାହୁ,ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟିର ଅଧ୍ୟକ୍ଷ ହିମଦ୍ ପାତ୍ର, ସରପଞ୍ଚ ଶତୃଘ୍ନ ମଲ୍ଲିକ, ସମିତି ସଭ୍ୟା ରେଣୁକା ସେଠୀ, ନ୍ୟାୟ ସରପଞ୍ଚ ସୁମିତ୍ରା ପରିଡା,ଶିକ୍ଷକ ସୁଶାନ୍ତ କୁମାର ଦାସ,ଅନୁଜ କୁମାର ନାୟକ, ଆଶିଷ ଦାଶ,ଶିକ୍ଷୟିତ୍ରୀ ଦେବସ୍ମିତା ପରିଡା, ପ୍ରତ୍ୟାଶା ପରିଡା,ରୁଚିସ୍ମିତା ମଳିକ ପ୍ରମୁଖ ଯୋଗଦେଇ ଏହି ଯୋଜନା ଅଧିନରେ ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିର ଉନ୍ନତି କରଣ ସହ ଆଧୁନିକ ଶିକ୍ଷା ଉପଯୋଗୀ ପରିବେଶ ଉନ୍ନତ ସୁବିଧା ସୁଯୋଗ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ଅବସର ସୃଷ୍ଟି ହେବ । ଏହାଦ୍ବାରା ଗ୍ରାମାଳର ଛାତ୍ରଛାତ୍ରୀ ନିଜ ଅଂଚଳରେ ଉନ୍ନତ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ଲାଭ କରିଵେ । ଅନ୍ୟମାନଙ୍କ ମଧ୍ୟରେ ଅଭିଭାବକ ନିରାକାର ଲେଙ୍କା, ପ୍ରସନ୍ନ ପରିଡା, ଜଗନ୍ନାଥ ପ୍ରଧାନ, ଦୈତାରୀ ପରିଡା, ମଥୁରାନନ୍ଦ ଘଡାଇ, ନିରାକାର ପରିଡ଼ା,ଭଜା ସେଠୀ, ଜୟଚନ୍ଦ୍ର ଖୁଣ୍ଟିଆ, ରାମଚନ୍ଦ୍ର ରାଉତ,ଶରତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ସୁଶାନ୍ତ କୁମାର
ଦାସ ଧନ୍ୟବାଦ ଅର୍ପଣ କରିଥିଲେ।