ପଟ୍ଟାମୁଣ୍ଡାଇ ବ୍ଲକ ନଗର ବିଜେଡି ପୁନଃଗଠିତ
କିଶୋର ସଭାପତି କଳାକର ଓ ଜ୍ୟୋତି କାର୍ଯ୍ୟକାରୀ ସଭାପତି*ବୁଢା ନଗର ସଭାପତି
ପଟ୍ଟାମୁଣ୍ଡାଇ ୨୦/୯: ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ପୁନଃଗଠନ କରିଛନ୍ତି I ନବୀନଙ୍କ ଅନୁମୋଦନକ୍ରମେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବିଜେଡିର ବର୍ଷିଆନ ନେତା କିଶୋର କୁମାର ସାହୁ (ବିନ )ଙ୍କୁ ପୁନଃବାର ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି I ସେହିପରି ବ୍ଲକ ସଭାପତିଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ ପାଇଁ ଯୁବନେତା ପୂର୍ବତନ ସରପଞ୍ଚ କଳାକର ପ୍ରଧାନ ( କାଳିଆ )ଓ ୧୫ନଂ ଜୋନ ଧୋୟାଞ୍ଚଳର ଅନ୍ୟତମ ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ ( ବଣ୍ଟି )ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି I ଏହାଛଡା ପଟ୍ଟାମୁଣ୍ଡାଇ ନଗର ଅଂଚଳରେ ବିଜେଡି ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଯୁବନେତା ପୂର୍ବତନ ପୌରାଧକ୍ଷା ପ୍ରତିନିଧି ଖଗେଶ୍ୱର ଲେଙ୍କା ( ବୁଢା )ଙ୍କୁ ପୁନଃବାର ନଗର ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତ୍ତାମାନେ ବିଜେଡି ସୁପ୍ରିମୋ ନବୀନ ପଟନାୟକ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଦଳର ନିର୍ଦେଶରେ ଆଗାମୀ ଦିନରେ ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ପଂଚାୟତ ଓ ପୌର ନିର୍ବାଚନରେ ଦଳର ବିପୁଳ ବିଜୟ ସୁନିଶ୍ଚିତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡିର ନବ ନିଯୁକ୍ତ କର୍ମକର୍ତ୍ତା ମାନଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି I