ସ୍ଵାଧୀନ ମୋ ଭାରତ
କେତେ ତ୍ୟାଗ ,ନିଷ୍ଠା ,ତପସ୍ୟା ନିହତ,
ଆହତ ,ବିଦ୍ରୋହର ବଳିଦାନର ଅୟୁତ ଅନିଶା ପରେ
ତ୍ରିରଙ୍ଗା ଉଡିଥିଲା ଭାରତର ଚୂଡା ଶୀର୍ଷରେ
ସ୍ଵାଧୀନତାର ହିଲ୍ଲୋଳରେ।
ଫିରଙ୍ଗୀଙ୍କୁ ପରାହତ କରିବାର ପରାକ୍ରମରେ
ଅହିଂସାର ସଫଳ ପଥପ୍ରାନ୍ତ ଦେଇ
ଭାରତର ଗଳି ଗହଳିରେ ରକ୍ତଛିଟା ଅରାଜକତା
ଚାହିଁଥିଲା ତୃପ୍ତି ପରିତୃପ୍ତିର ମର୍ମରେ ମର୍ମରେ।
ସ୍ଵାଧୀନତା ଶତାଦ୍ଦୀ ଶତାଦ୍ଦୀ ଧରି କାନ୍ଦୁଥିଲା ପଥର ତଳେ
ମୁକ୍ତିର କାନିପାରି ନିର୍ନିମେଷ ନୟନରେ
ମହାମନୀଷୀଙ୍କ ଉତ୍ସର୍ଗରେ ମିଳିଥିବା
ଏ ଅମୃତ ମଣୋହୀକି ଦିଅନା କଳୁଷିତ କରି
ଉଜାଡନା ସ୍ଵାର୍ଥର ରାଜନୀତିରେ
ଶୋଷଣର ଷଡଯନ୍ତ୍ର କଷଣର ଦଲିଲରେ।
ପ୍ରତିପତ୍ତିର ବିଜୟ ସନାକ୍ତ କଳୁଷିତ କରିବାନି
ସମ୍ମୁଢ ଚିନ୍ତା ଚେତନାରେ ଅତ୍ୟାଚାର ଲୁଣ୍ଠନ
ଧର୍ଷଣ ବଳତ୍କାର ପରି ଶବ୍ଦକୁ କରିଦେବା ବିସର୍ଜନ
ମାନବିକତା ସୌଜନ୍ୟତା ବିବେକର ତ୍ରିବେଣୀ ସଙ୍ଗମରେ।
ଆସ ଆଜି ଏଇଠୁ ନେବା ସଂକଳ୍ପ
ଗଢିବା ଶୋକଶୂନ୍ୟ ଶାନ୍ତିର ଭାରତ
ଯେଉଁଠି ବ୍ୟକ୍ତି ନୁହେଁ
ସାର୍ବିକ ଦେଶପ୍ରୀତି ସୋତ୍ସାହ ଭରି
ଅନସୂୟା ପଣ୍ଡା
ବୁର୍ଲା, ସମ୍ବଲପୁର
Mob:-9439211971
Comments are closed.