ଜାନକୀ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ଜନକ ନନ୍ଦିନୀ କନକ ବରଣୀ
ଜୟ ମା ସୀତେ ଜାନକୀ l
ଜୟ ଭୂମିସୂତା ବିଦେହ ବନିତା
ଜୟ ମା କୃପା ଦାୟକି ll
ଜୟ ବଇଦେହୀ ଜୟ ମହାମାୟୀ
ଜୟ ମା ଲକ୍ଷ୍ମୀ ଅଂଶୀକେ l
ଜୟ ମୁଖ ଇନ୍ଦୁ ରାମା ରାମବଧୂ
ଜୟ ମା ରଘୁ ବଂଶିକେ ll
ଲଙ୍ଗଳ ମୁନରୁ ଲଭିଲେ ଜନକ
ପାଳିଲେ କରି ଦୁହିତା l
କାଳେ ସମର୍ପିଲେ ଶ୍ରୀରାମ ଚନ୍ଦ୍ରଙ୍କୁ
ବରି ତାହାଙ୍କ ଜାମାତା ll
ଜୟ ମାଆ ପଦ୍ମା ତୁ ଯୋଜନ ଗନ୍ଧା
ରାକ୍ଷସେ ହୋଇଲେ ଅନ୍ଧ l
ସୀତାଙ୍କ ହରଣ ରାବଣ ମରଣ
ସୃଜିଥିଲେ ଆଦିକନ୍ଦ ll
ଜୟ ମା ପାର୍ଥିଵୀ ଜନନୀ ପୃଥିବୀ
ପତିବ୍ରତା ରାମ ପ୍ରାଣା l
ରାବଣ ଚୋରାଇ ରଖିଲା ଲୁଚାଇ
ପାଇଲ କେତେ ଯନ୍ତ୍ରଣା ll
ଦଣ୍ଡକ ବନରେ ପର୍ଣ୍ଣ କୁଟୀରରେ
ସ୍ୱାମୀ ସୋହାଗୀନି ହୋଇ l
ନିବାସ କରିଲ ଅତି ସରାଗରେ
ବଣ୍ୟ କନ୍ଦ ଫଳ ଖାଇ ll
ମାୟାମୃଗ ଦେଖି ମନେ ହେଲ ଶୁଖି
ଲଙ୍ଘିଲ ଲକ୍ଷ୍ମଣ ରେଖା l
ବେଶ ଧରି ଯତୀ ରାବଣ ଦୁର୍ମତି
କରମ କଷଣ ଲେଖା ll
ଶୁଦ୍ଧ ସୁବର୍ଣ୍ଣର ଚରିତ୍ର ପ୍ରତିମା
ପତି ପ୍ରାଣା ପତିବ୍ରତା l
ଅଗ୍ନି ପରୀକ୍ଷାରେ ବୈଶ୍ୱାନର ମଧ୍ୟୁ
ଅକ୍ଷତେ ହେଲ ଉତ୍ଥିତା ll
ସେ ଚରିତ୍ରେ ପୁଣି କଳଙ୍କ କାଳିମା
ରାମ କଲେ ଵିସର୍ଜିତା l
ବାଲମୀକି ମହା ମୁନିଙ୍କ ଆଶ୍ରମେ
ହେଲ ଲବ କୁଶ ମାତା ll
ପତିବ୍ରତା ଧର୍ମେ ବସୁଧା ବିଦୀର୍ଣ୍ଣ
ଆଶ୍ରା ନେଲ ମାତା କୋଳେ l
ସୀତାହୀନା ଦିନ ଖିନ୍ନ ତନୁ ମନ
ପ୍ରଭୁ ଶ୍ରୀରାମ ଭଜିଲେ ll
ମାଆ ଦୟାମୟୀ ଜ୍ଞାନାନନ୍ଦମୟୀ
ଧରା ଧାମେ ଅବତାର l
ଅଜ୍ଞାନେ ସୁଗ୍ୟାନେ ଦୟା ରଖିଥିବୁ
ଚରଣେ କୋଟି ଜୁହାର ll
🙏🙏🙏
ଅର୍ଜୁନୀ
—————-
ମୋ -7693091971

Comments are closed.