ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକ ମୃତ – ସରକାରୀ ସାହାଯ୍ୟ ସହାୟତା ପ୍ରଦାନ କରିବା ପାଇଁ ଦାବି।

0

ଗଜପତି,୨୪.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭୂବନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲପାଟ ଗ୍ରାମରେ ସଞ୍ଜୀବ ଗମାଙ୍ଗ ,ପିତା ଗିର୍ଜାନ ଗମାଙ୍ଗ ବୟସ ୨୭ ବର୍ଷ ଆଜି ସକାଳ ନିଜ ଗୃହରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ବିଦ୍ୟୂତ ଆଘାତ ଲାଗିଥିଲା। ସେହି ସମୟରେ ତତ୍ କ୍ଷଣାତ ଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର କୁ ଗ୍ରାମବାସି ମାନେ ଏକ କମାଣ୍ଡର ଗାଡ଼ି ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ଥିଲେ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ସେରଙ୍ଗ ଥାନା ଅଧିକାରୀ ମାନେ ଆସି ଶବକୁ ଜବତ କରି କେସ ନଂ ୧୧/୨୬ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଗ୍ରାମବାସୀ ଓ ଭୁବନି ସରପଞ୍ଚ ପ୍ରଦୀପ ମଣ୍ଡଳ ସଞ୍ଜୀବ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କର ପିଲା, ସ୍ତ୍ରୀ ଓ ବୃଦ୍ଧ ବୃଦ୍ଧା ବାପା ମା ଥିବାରୁ ପାରିବାର କୁ ସରକାର ପକ୍ଷରୁ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.