କେନ୍ଦ୍ର ମନ୍ତ୍ରୀ ପଦରୁ ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା

0

ନୂଆଦିଲ୍ଲୀ:କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ  ରାଷ୍ଟ୍ରମନ୍ତ୍ରୀ ବିଟ୍ଟୁଙ୍କ ଇସ୍ତଫାପତ୍ରକୁ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି।

ବିବୃତ୍ତି ଅନୁଯାୟୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସମ୍ବିଧାନର ଧାରା ୭୫(୨) ଅନୁସାରେ ବିଟ୍ଟୁଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବିଦେଶ ଗସ୍ତରେ ରହିଛନ୍ତି।ବିଟ୍ଟୁ ୨୦୨୪ ମସିହାରୁ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ରେଳ ମନ୍ତ୍ରାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ।

ଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେବା ପାଇଁ ବିଟ୍ଟୁ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ମାସରେ ଶେଷ ହୋଇଥିଲା।ପଞ୍ଜାବ ରାଜନୀତିରେ ସକ୍ରିୟ ବିଟ୍ଟୁ ପୂର୍ବରୁ ଲୋକସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଆଗାମୀ ପରିବର୍ତ୍ତନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.