ରଥଯାତ୍ରା ନିମନ୍ତେ ପୌରପରିଷଦ ସ୍ୱଚ୍ଛତା ସଚେତନତା ଓ ସଫେଇ କାର୍ଯ୍ୟକ୍ରମ।
ରାୟଗଡ଼ା : ପବିତ୍ର ରଥଯାତ୍ରା ପାଳନ ଅବସରରେ ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକଙ୍କ ନେତୃତ୍ୱରେ ” ସଫେଇ ଆପଣାଅ ବିମାରୀ ଭଗାଅ” ସ୍ୱଚ୍ଛତା କାର୍ଯ୍ୟକ୍ରମ ଅଧିନରେ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହର ବଡ଼ଦାଣ୍ଡକୁ ପରିଷ୍କାର, ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶରେ ପରିଣତ କରିବା ସହ ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥିତ ଯାତ୍ରାର ସୁନିଶ୍ଚିତତା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡର କାଉନ୍ସିଲର୍ ଏବଂ ସ୍ୱଚ୍ଛ କର୍ମୀମାନେ ଅଂଶଗ୍ରହଣ କରି ବଡ଼ଦାଣ୍ଡ ଓ ଏହାର ଆଖପାଖ ଅଞ୍ଚଳର ସଫେଇ କାର୍ଯ୍ୟ ସମ୍ପନ୍ନ କରିଥିଲେ। ସହରକୁ ସଫା ଏବଂ ସୁରକ୍ଷିତ ରଖିବାପାଇଁ ରାୟଗଡ଼ା ପୌରପରିଷଦ ସଂକଳ୍ପ ବଦ୍ଧ । ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଜନସାଧାରଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଛନ୍ତି ଶ୍ରୀଯୁକ୍ତ କୁଲଦୀପ।