ବନ ବିଭାଗର ଚଢାଉ ୮ ଖଣ୍ଡ ଶାଗୁଆନ୍ କାଠ ଜବତ, ଜଣେ ଗିରଫ

ଗଜପତି, 2/7(ମନୋଜ ପାଢ଼ୀ): ପାରଳାଖେମୁଣ୍ଡି ବନ ଉପଖଣ୍ଡର ଦେବଗିରି ରେଞ୍ଜ ଅଧୀନ ଜଙ୍ଗଲରେ ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଥିବା ଖବର ପାଇ ଗତକାଲି ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇଥିଲା ।ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ଏସିଏଏଫ ଅରୁଣ କୁମାର ସାହୁଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ତାଲାଝଙ୍ଗ ଆମ୍ବାଝରି ଗ୍ରାମର ଇଲିୟାଲ ରଇତ (୪୩)କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାରେ ସକ୍ଷମ ହୋଇଛି | ଚଢ଼ଉ ବେଳେ ଦୁଇଟି ସଦ୍ୟ କଟାଯାଇଥିବା ଶାଗୁଆନ ଗଛ ଠାବ କରାଯାଇଥିଲା। ବନ କର୍ମଚାରୀଙ୍କୁ ଦେଖି ଦୁଇଜଣ ଜଙ୍ଗଲ ଭିତରକୁ
ପଳାଇବାକୁ ଉଦ୍ୟମ କରିଥିଲେ। ତେବେ, ପିଛା କରି ଇଲିୟାଲକୁ ଧରାଯାଇଥିବା ବେଳେ ଅନ୍ୟ ଜଣକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତଲାସି ଜାରି ରହିଛି।

Comments are closed.