ଗଜପତିରେ ‘ବିକଶିତ ଭାରତ-ଗ୍ରାମୀଣ’ ମିଶନର ଆନୁଷ୍ଠାନିକ ଶୁଭାରମ୍ଭ ।

0

ଗଜପତି2/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆରଏସଇଟିଆଇ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜନ ସମ୍ମେଳନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାରମ୍ପରିକ ରୋଜଗାର ମଡେଲଠାରୁ ଭିନ୍ନ, ‘ବିକଶିତ ଭାରତ-ଗ୍ରାମୀଣ’ ସାମଗ୍ରିକ ମାନବ ବିକାଶକୁ ଲକ୍ଷ୍ୟ କରି ଚାରୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ: ଆଧୁନିକ ଅର୍ଥନୈତିକ ସୁଯୋଗ ଖୋଜୁଥିବା ଯୁବପିଢ଼ି, ସୁରକ୍ଷିତ ସାମାଜିକ ବ୍ୟବସ୍ଥା ଆବଶ୍ୟକ କରୁଥିବା ଗରିବ, ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ପ୍ରୟାସ କରୁଥିବା ମହିଳା ଏବଂ ସ୍ଥାୟୀ କୃଷି ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ଅନ୍ନଦାତା (ଚାଷୀ)। ଏହି ଚାରୋଟି ପ୍ରମୁଖ ବର୍ଗକୁ କେନ୍ଦ୍ର କରି ସମ୍ବଳ ପ୍ରଦାନ କରିବା ଦ୍ୱାରା, ଏହି ମିଶନ ଗ୍ରାମୀଣ ସମୁଦାୟରେ ଏକ ସମ୍ମାନଜନକ ଓ ସ୍ଥାୟୀ ଆର୍ଥିକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀବୃନ୍ଦ,ଅଞ୍ଚଳର ଜନପ୍ରତିନିଧି ଏବଂ ଜିଲ୍ଲାର ଜନସାଧାରଣ ସାମିଲ ହୋଇଥିଲେ । ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ଉଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଓ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଡି.ରାଜେଶ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଦେବୀ ଅଧିକାରୀ କାର୍ଯ୍ୟକ୍ରମର ସଫଳ ପରିଚାଲନା ଦାୟିତ୍ୱ ନିର୍ବାହ କରିଥିଲେ । ଗଣପ୍ରତିନିଧିଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ ଶକ୍ତ ଆଇନଗତ ବ୍ୟବସ୍ଥା, ଅତ୍ୟାଧୁନିକ ବୈଷୟିକ ଭିତ୍ତିଭୂମି ଏବଂ ଗ୍ରାମୀଣ ନାଗରିକମାନଙ୍କକୁ ସଶକ୍ତ କରିବାର ଅବିରତ ପ୍ରୟାସ ସହିତ ‘ବିକଶିତ ଭାରତ-ଗ୍ରାମୀଣ ମିଶନ’ ଏକ ସମ୍ପୂର୍ଣ୍ଣ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନର ଜାତୀୟ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ।

Leave A Reply

Your email address will not be published.