ଭୁବନେଶ୍ବର : ବ୍ରହ୍ମପୁର ପରେ ଭୁବନେଶ୍ବରରେ ଏନକାଉଣ୍ଟର। ଏଥର ନିଶାନାରେ ଡ୍ରଗସ୍ ମାଫିଆ। କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍ ପୋଲିସ୍। ଗଞ୍ଜାମ ଜଗନ୍ନାଥ ପ୍ରସାଦର ଡ୍ରଗ୍ସ ମାଫିଆ ପପୁନ ମାଝୀକୁ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ପିଛା କରୁଥିଲା।
ଭୁବନେଶ୍ବର ଇନଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଥିବା ଜାଣିବା ପରେ ତାକୁ ଧରିବାକୁ ଯାଇଥିଲା ପୋଲିସ୍। ଏହି ସମୟରେ ଖସିଯିବା ପାଇଁ ଉଦ୍ୟମ ସହ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ପପୁନ। କିନ୍ତୁ ପୋଲିସର ପାଲଟା ଗୁଳିରେ ଆହତ ହୋଇଥିଲା ପପୁନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି।
ଆହତ ପପୁନକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପପୁନ ନାଁରେ କମିଶନରେଟ୍ ପୋଲିସ୍ ର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି।