ନୟାଗଡ଼ (୧୮/୪) : ଓଡ଼ଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଥିବା ବେଳେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ ମୁଖ୍ୟ ବକ୍ତା,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ,ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା ପ୍ରମୁଖ ମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ,ସଭ୍ୟା,ଗ୍ରାମର ଭଦ୍ରବ୍ୟକ୍ତି ଏବଂ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପକୁ ସଭିଏଁ ପ୍ରଶଂସା କରିଥିଲେ। ନିୟମାନୁସାରେ ଆସନ୍ତା ଅପ୍ରେଲ ୨୭ ତାରିଖ ପୂର୍ବରୁ ପୋଷାକ ବଣ୍ଟନ ଶେଷ କରିବାକୁ ବିଭାଗୀୟ ମନ୍ତ୍ରୀ କହିଥିବା ବେଳେ ଓଡ଼ଗାଁ ବ୍ଳକରେ ଆଜି ପ୍ରଥମେ ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧରେ ଏହା କାର୍ଯ୍ୟକାରୀ ହୋଇଥିବାରୁ ଅତିଥିମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ।ଶିକ୍ଷା ବର୍ଷ ଆରମ୍ଭରୁ ନୂତନ ପୋଷାକ ପାଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମନରେ ପାଠପ୍ରତି ଆଗ୍ରହ ନିଶ୍ଚିତ ଆସିବ ଏଥିରେ ସନ୍ଦେହ ନାହିଁ। ଛାତ୍ର ଛାତ୍ରୀମାନଙ୍କୁ ନିୟମିତ ପରିଷ୍କାର ପରିଚ୍ଛନ୍ନ କରି ବିଦ୍ୟାଳୟକୁ ପଠାଇବା,ଖେଳ ବେଳେ ଖେଳ ଏବଂ ପଢ଼ା ବେଳେ ପାଠ ପଢ଼ିବା,ମୋବାଇଲର ବ୍ୟବହାର କମ୍ କରିବା,ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ପ୍ରଶ୍ନ ପଚାରି ବୁଝିବା ପାଇଁ ଅତିଥିମାନେ ଅଭିଭାବକଙ୍କୁ ଜଣେଇଥିଲେ।ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଗରମ ଏବଂ ଅସହ୍ୟ ଗୁଳୁଗୁଳି ଯୋଗୁଁ ପିଲାମାନଙ୍କ ପାଠପଢା ପ୍ରତି ଥିବା ଆଗ୍ରହ ହେବନାହିଁ ବୋଲି ମତପ୍ରକାଶ କରିଥିଲେ।ଆଜକୁ ଦୁଇ ମାସ ତଳେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଗ୍ରାମବାସୀଙ୍କ ତରଫରୁ ଦାବିପତ୍ର ଦେଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପ୍ରଚେଷ୍ଟାରେ ଟଙ୍କା ଜମା କରାଯାଇଥିଲେ ମଧ୍ୟ ଏହାର କୋୖଣସି ସୁଫଳ ମିଳି ପାରିନାହିଁ ବୋଲି ପ୍ରଧାନ ଶିକ୍ଷକ ଦୁଃଖର ସହିତ ଜଣେଇଥିଲେ।ବିଦ୍ୟାଳୟର ସବୁଜିମା ପରିବେଶ ଏବଂ ସ୍ୱଳ୍ପ ମୂଲ୍ୟର ହାତ ତିଆରି ଶିକ୍ଷଣସାମଗ୍ରୀ ଦେଖି ସଭିଏଁ ଖୁସି ହୋଇଥିଲେ।ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁସାରେ ଖୁବ୍ ଶୀଘ୍ର ଉକ୍ତ ବିଦ୍ୟାଳୟକୁ ଏକ ସୁନ୍ଦର ମନୋମୁଗ୍ଧକର ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ ବୋଲି ମତ ରଖିଥିଲେ।ପରେ ସଭିଙ୍କ ଉପସ୍ଥିତିରେ ଅତିଥିମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବିତରଣ କରାଯାଇଥିଲା।ବିଦ୍ୟାଳୟର ଶିକ୍ଷୟିତ୍ରୀ ରୀତାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସନାତନ ମହାକୁଡ଼