କର୍ଲାପଡା +୩ କଲେଜରେ ଭବ୍ୟବିଦାୟ ସମାରୋହ

ଭବାନୀପାଟଣା (୧୮|୪) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା +୩ ଡିଗ୍ରୀ କଲେଜରେ ଇତିହାସ ବିଭାଗ ତରଫରୁ ଶେଷ ବର୍ଷ ୨୦୨୩-୨୬ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ବିଦାୟ ସମାରୋହ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ୨ୟ ଏବଂ ୩ୟ ସେମିଷ୍ଟାରର ଛାତ୍ରଛାତ୍ରୀମାନଙ୍କ ତରଫରୁ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଇତିହାସ ବିଭାଗର ମୁଖ୍ୟ ରଞ୍ଜୀତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ସଂସ୍କୃତ ବିଭାଗର ମୁଖ୍ୟ ଲଳିତ କୁମାର ପଣ୍ଡା,ଖୁସିରାମ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ଓ ନିଷ୍ଠା ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବା ସହ ସାଂସ୍କୃତିକ ମୂଲ୍ୟବୋଧ ଓ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଇତିହାସ ଅଧ୍ୟାପିକା ଶୁଭଶ୍ରୀ ପଣ୍ଡା ମଞ୍ଚପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରଶ୍ମିରଞ୍ଜନ ପ୍ରଧାନ, ସୁଜିତ କୁମାର ପ୍ରଧାନ ଓ ପ୍ରେମାନନ୍ଦ ଜାନୀ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ଗୀତ,ନୃତ୍ୟ ଓ କବିତା ପାଠ ଦ୍ୱାରା ପରିବେଶ ଉତ୍ସବମୟ ହୋଇଥିଲା। ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନିଜର ସ୍ମୃତି ଓ ଅନୁଭବ ବାଣ୍ଟି ଭାବପ୍ରବଣ ହୋଇଥିଲେ।ରିପୋର୍ଟ-ସନାତନ ମହାକୁଡ଼

Comments are closed.