ସଶକ୍ତ ଓଡିଶା ପକ୍ଷରୁ “ବନ୍ଦନୀୟ ବରପୁତ୍ର” ଦିବସ ଅନୁଷ୍ଠିତ

ଭୁବନେଶ୍ୱର :  ତା 12/04/26 ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା” ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟଠାରେ ଓଡ଼ିଆ ପକ୍ଷ ଦିବସ ଓ ପବିତ୍ର ବରପୁତ୍ର ଦିବସ ଅବସରରେ ଆବାହକ ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ବରେ ପୁଜ୍ୟପୂଜାର ଉକ୍ତ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ବିଜୁ ପଟନାୟକ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀ, ସନ୍ଥକବି ଭୀମ ଭୋଇ,ବାଜି ରାଉତ, ଫକୀର ମୋହନ ସେନାପତି, ଗୋଦାବରୀଶ ମହାପାତ୍ରଙ୍କ ସମେତ 25ଗୋଟି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା l ମୁଖ୍ୟଅତିଥି ଭାବେ ସାରସ୍ୱତ ପ୍ରାଣ ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ମୁଖ୍ୟବକ୍ତା ଭାବେ ଉତ୍କଳ ବୁଲେଟିନ ସମ୍ପାଦକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ତଥା ଉପଦେଷ୍ଟା କଲ୍ୟାଣ କୁମାର ଚାଟାର୍ଜୀ, ଶିକ୍ଷାବିତ, ଭାଷାପ୍ରାଣ ରମେଶ ଚନ୍ଦ୍ର ପାତାଳ ସିଂ ଉପସ୍ଥିତ ରହିବା ସହ ମହାପୁରୁଷ ଓ ବରପୁତ୍ର ଚୀର ବନ୍ଦନୀୟ ବୋଲି ମତବ୍ୟକ୍ତ କରିଥିଲେ l

ଏହା ସହିତ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ମହିଳା ମାନଙ୍କ ଆତ୍ମ ନିର୍ଭର ଶୀଳ,ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିବା ସହ ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ l ଶ୍ରୀଯୁକ୍ତ ପ୍ରଧାନ ସରକାରଙ୍କ ମହିଳା ସଶକ୍ତିକରଣ ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ଗ୍ରାମୀଣ ସ୍ତରରେ ଉତ୍ପାଦନ ବୃଦ୍ଧି କରିବାକୁ ମତରଖିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ତ୍ରିପାଠୀ ପୁଜ୍ୟପୂଜା କୁ ଗୁରୁତ୍ୱ ଦେଇ ସମସ୍ତେ କାର୍ଯ୍ୟ କରିବାକୁ କହିଥିଲେ l କାର୍ଯ୍ୟକ୍ରମକୁ ସଂଯୁବାଳା ସେଠି, ବର୍ଷା ମକର, ଅହଲ୍ୟା ବଢ଼େଇ, ସୁକାନ୍ତି କିସାନ, ତୁଲା ପ୍ରଧାନ ଓ ପଦ୍ମିନୀ ପାତ୍ର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନିତା ସ୍ୱାଇଁ l

 

(ବିଜୟ କୁମାର ପ୍ରଧାନ)

ସଶକ୍ତ ଓଡିଶା ଆବାହକ

ଦୂରଭାଷ -9124778777

Comments are closed.