ରାୟଗଡରେ ୮୦ତମ ସ୍ୱାଧୀନତା ଦିବସ ପାଳିତ।।

0

ରାୟଗଡ଼, ୧୫/୦୮/୨୦୨୬: ରାୟଗଡ଼ ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାୟଗଡ଼ ଏସ୍‌ପି ଶ୍ରୀ ରାଜ ପ୍ରସାଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ପରେଡ୍ ନିରୀକ୍ଷଣ କରିଥିଲେ। ସିଆରପିଏଫ୍ ଓ ଓଡ଼ିଶା ପୋଲିସ ସମେତ ପ୍ରାୟ ୪୦ଟି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ।


ସ୍ୱାଧୀନତା ଦିବସ ବିଭିନ୍ନ କାର୍ଯ୍ଯକ୍ରମରେ କୃତୀତ୍ଵ ହୋଇଥିବା ଛାତ୍ରଛାତ୍ରୀ, ଦେଶସେବା, ସମାଜସେବା, ପରିବେଶ ସୁରକ୍ଷା ଓ ସାହସିକତା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।ସାଇବର ପୋଲିସ ପକ୍ଷରୁ ପ୍ରଦର୍ଶିତ ପ୍ରଦର୍ଶନୀ ରଥ ଉପସ୍ଥିତ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହୋଇଥିଲା। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଆର୍‌ ଆଣ୍ଡ୍‌ ବି ବିଭାଗ, ପୌରପାଳିକା, ପିଏଚ୍‌ଡି, ବିଭିନ୍ନ ଲାଇନ୍ ବିଭାଗ, ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସମସ୍ତ ସହଯୋଗୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ୮୦ତମ ସ୍ୱାଧୀନତା ଦିବସ ଏକ ସ୍ମରଣୀୟ ଓ ଗରିମାମୟ ଜାତୀୟ ପର୍ବରେ ପରିଣତ ହୋଇଥିଲା।

Leave A Reply

Your email address will not be published.