ସ୍ୱାଧୀନତା ଦିବସ ଅବସରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ

0

ବ୍ରହ୍ମପୁର: ତା ୧୫. ୦୮.୨୦୨୬: ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦ୍ୱାରା ପରିଚାଳିତ ଗଂଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଡିନ ପ୍ରଫେସର ନିତ୍ୟାନନ୍ଦ ଦାସ ଜାତୀୟ ପତାକା ଉତ୍ତୋଳନ କରି ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ଭଲ କାର୍ଯ୍ୟ କରି ରାଜ୍ୟ ତଥା ଦେଶର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ସ୍ୱାଧୀନତା ଦିବସ ଅବସରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଦ୍ୱାରା ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଉପଲକ୍ଷେ, ମହାବିଦ୍ୟାଳୟ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ତ୍ରିରଙ୍ଗା ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ନିକଟସ୍ଥ ଗ୍ରାମ ବ୍ରଜନଗର ପରିକ୍ରମା କରି ଦେଶପ୍ରେମର ବାର୍ତ୍ତା ଦେଇଥିଲେ । ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା । ମହାବିଦ୍ୟାଳୟର ଏହି ଅଭିଯାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଥିଲା । ପରିଶେଷରେ ମହାବିଦ୍ୟାଳୟର ଡିନ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଦିଗରେ ସଚେତନ କରିଥିଲେ ଏବଂ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଡିନ ଙ୍କ ତତ୍ୱାବଧାନରେ ଏବଂ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଙ୍କ ସହଯୋଗରେ ‘”ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.