ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପ୍ରାଥମିକତା: ବିନୟତୋଷ

0

ଭୁବନେଶ୍ୱର : ବିନୟତୋଷ ମିଶ୍ର ହେଲେ ଓଡ଼ିଶାର ଅନ୍ତରୀଣ ଡିଜିପି। ଆସନ୍ତା ୧୬ରୁ ଦାୟିତ୍ବ ଗ୍ରହଣ କରିବେ ବିନୟତୋଷ। ନୂଆ ଡିଜିପି ନିଯୁକ୍ତି ଯାଏଁ ଦାୟିତ୍ବରେ ରହିବେ ବିନୟତୋଷ। ଆସନ୍ତା ୧୬ରେ ସରୁଛି ବର୍ତ୍ତମାନ ଡିଜିପିଙ୍କ କାର୍ଯ୍ୟକାଳ। ଅନ୍ତରୀଣ ଡିଜି ନିଯୁକ୍ତିକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୯୯୩ ବ୍ୟାଚ୍‌ର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର କହିଲେ ଯେ, ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ପ୍ରାଥମିକତା ରହିବ। ପୋଲିସ ବାହିନୀ ସହ ମିଶି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ମୋ ଦାୟିତ୍ବ। ସୁଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ବିନୟତୋଷ।

Leave A Reply

Your email address will not be published.