୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଆଠଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ୮୯-ଆଠଗଡ ଓ ୮୭-ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳି ଦ୍ୱୟର ସମସ୍ତ ବ୍ଲକ ଓ ଏନଏସିର ସେକ୍ଟର ଅଫିସର ଓ ଥାନା ଅଧିକାରୀମାନଙ୍କର ଏକ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ମଣ୍ଡଳିଦ୍ୱୟର ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରି ସେକ୍ଟର ଅଫିସରମାନଙ୍କ କର୍ତ୍ତବ୍ୟ, ଦାୟିତ୍ୱ ଓ କାର୍ଯ୍ୟଶୈଳି ବିଷୟରେ ବୁଝାଇଥିଲେ।

ସେକ୍ଟର ଅଫିସରମାନଙ୍କ ଅଧିନରେ ଥିବା ସମସ୍ତ ବୁଥ୍‍ ଗୁଡିକର ସ୍ଥିତି ପରଖି ନିହାନ୍ତି ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ ଅଛି କି ନାହିଁ ଜଣାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥଗୁଡିକୁ ଚିହ୍ନଟ ପୂର୍ବକ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ସହକାରୀ ଉପଜିଲ୍ଲାପାଳ ମାନସ କୁମାର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସମସ୍ତ ଥାନାର ଆଇଆଇସି ଓ ସେକ୍ଟର ଅଫିସରମାନେ ଉପସ୍ଥିତ ଥିଲେ।

Comments are closed.