ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ

ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ରହିବାକୁ ଥିବା ସ୍ଥାନ ଟେଣ୍ଟଜ୍ ସିଟି ଦେଖିବାକୁ ଯାଇଥିଲେ। ଏହି ସମାରୋହକୁ ଦୃଷ୍ଟିରେ ରଖି ଅଯୋଧ୍ୟା ସମେତ ସମଗ୍ର ରାଜ୍ୟରେ ସୁରକ୍ଷା ବୃଦ୍ଧି କରାଯାଇଛି।

Comments are closed.