ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ୟୁନିୟନ ବ୍ୟାଙ୍କ ଦଣ୍ଡିତ ହୋଇଛି। ଏଥିନେଇ ଜୟପୁର ଆୟୋଗର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ଓ ସଦସ୍ୟା ସଲମା ବାନୋ ଏକ ମାମଲାର ବିଚାରଣ କରିବା ସହିତ ଜାତୀୟ ସ୍ତରୀୟ  ୟୁନିୟନ ବ୍ୟାଙ୍କ (ପୂର୍ବତନ ଆନ୍ଧ୍ର ବ୍ୟାଙ୍କ)କୁ ଦଣ୍ଡିତ କରିଛନ୍ତି । ଜୈନେକ ବ୍ୟାଙ୍କ ଗ୍ରାହକଙ୍କ  ଟେରମ ଡିପୋଜିଟ ରିସିପ୍ଟ (ଟିଡିଆର) ମେଚ୍ୟୁରିଟି ବାବଦକୁ ମୂଳ ଟଙ୍କା ସହିତ ସୁଧ ବାବଦକୁ ୩ ବର୍ଷ ୧୦ ମାସର ସମ୍ପୁର୍ଣ୍ଣ ଟଙ୍କା , କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଏବଂ ମକଦ୍ଧମା ପରିଚାଳନା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହିପରି  ଆୟୋଗର  ରାୟ  ଦିବସର ୩୦ ଦିନ ମଧ୍ୟରେ ସମସ୍ତ ଟଙ୍କା ଅଭିଯୋଗକାରୀ  ଖାଉଟୀଙ୍କୁ  ଉକ୍ତ ଦଣ୍ଡିତ ବ୍ୟାଙ୍କ  ପ୍ରଦାନ କରିବ।  ଅନ୍ୟଥା ମାମଲା ରୁଜୁ ହେବା ଦିନ ଠାରୁ ବାର୍ଷିକ ୧୨ ପ୍ରତିଶତ ସୁଧ ଅନୁଯାୟୀ  ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜୟପୁର  ସହରର ଲିଙ୍ଗରାଜ ନଗରର ବାସିନ୍ଦା ବିପ୍ରଚରଣ ନାୟକ (୬୭)ଙ୍କ ନାମର ରହିଥିବା ଦୁଇଟି  ସମୁଦାୟ ୨ ଲକ୍ଷ,୧୮ ହଜାର ୯୦ ଟଙ୍କା ମୂଲ୍ୟର ଟିଡିଆର ଗତ ୨୦୧୩ ମସିହାରେ ମାର୍ଚ୍ଚ ୫ ତାରିଖରେ ସୁନାବେଡାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ  ଠିକା ନିର୍ମାଣ କାର୍ଯ୍ୟକୁ ନେଇ ଦାଖଲ କରାଯାଇଥିଲା । କାର୍ଯ୍ୟ ଶେଷ ପରେ ଉକ୍ତ ସରକାରୀ ବିଭାଗ ପକ୍ଷରୁ ଗତ ଏପ୍ରେଲ ୨୭ ତାରିଖ ୨୦୨୦ ମସିହାରେ ଉକ୍ତ ଦୁଇଟି ଯାକ ଟିଡିଆର ଶ୍ରୀ ନାୟକଙ୍କୁ ଫେରସ୍ତ କରିଥିଲେ । ଉଭୟ ଟିଡିଆରର ମୂଲ୍ୟ ଅନୁଯାୟୀ ଗତ ୬ ଜୁନ ୨୦୧୭ ଏହାର ମେଚ୍ୟୁରିଟ୍ ୩ଲକ୍ଷ ୮୭ ହାଜର ୨୦୦ ଟଙ୍କା ବଦଳରେ ଗତ ୨୦୨୧ ମସିହା ଏପ୍ରେଲ ୧୫ ତାରିଖରେ ଉକ୍ତ ଟିଡିଆର ଉଠାଣ ବାବଦକୁ ୧୧ ହଜାର ୨୦୦ ଟଙ୍କା କମ୍ ଅର୍ଥାତ ୩ଲକ୍ଷ ୭୬ହଜାର ଟଙ୍କା ପ୍ରଦାନ କରିଥିଲେ ।  କିନ୍ତୁ ଗତ ୨୦୧୭ ମସିହା  ଜୁନ୍ ୧୭ ତାରିଖ ଠାରୁ ୨୦୨୧ ମସିହା ଏପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ୩ ବର୍ଷ ୧୦ ମାସର ସୁଧ  ବ୍ୟାଙ୍କ ପ୍ରଦାନ କରିନଥିଲେ । ଏଥିନେଇ ଅଭିଯୋଗକାରୀ ଖାଉଟୀ ଶ୍ରୀ ପାତ୍ର ବ୍ୟାଙ୍କକୁ ବାରମ୍ବାର ଯାଇ ଅଭିଯୋଗ କରିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିନେଇ କୌଣସି ପ୍ରତିକ୍ରିୟା କିମ୍ବା ସମଧାନ କରିନଥିବା ଯୋଗଁୁ ଶେଷରେ ଗତ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଖାଉଟୀ ବିବାଦିୟ ସମଧାନ ଆୟୋଗର ଦ୍ବାରସ୍ଥ ହୋଇ ମାମଲା ରୁଜୁ କରିଥିଲେ।  ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ପାତ୍ର ମାମଲା ପରିଚାଳନା କରିଥିଲେ।

Comments are closed.