ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନ ଉଦ୍‌ଘାଟନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଦଶପଲ୍ଲା: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ତିନି ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ଆସି ଆସନ୍ତା ୫ ତାରିଖ (ଶୁକ୍ରବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ରେଳବାଇ କାର୍ଯ୍ୟକ୍ରମରେ ଏବଂ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ। ଜାନୁଆରି ୬ ତାରିଖ ଖଣ୍ଡପଡ଼ା ଠାରେ ଏବଂ  ଜାନୁଆରି ୭ ତାରିଖ ଆଠଗଡ଼, ବଡମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ ଯୋଗଦେବେ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାନୁଆରି ୬ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ ଚାରିଟି ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସ, ୦୮୪୨୯/୦୮୪୩୦ ଭୁବନେଶ୍ୱର-ନୂଆଗାଁ ରୋଡ-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ୦୮୪୨୩/୦୮୪୨୪ ପୁରୀ-ନୂଆଗାଁ ରୋଡ-ପୁରୀ ପାସେଞ୍ଜର ସ୍ପେଶାଲ ଏବଂ ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ ଗୁଡିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ।

ଶ୍ରୀ ବୈଷ୍ଣବ ଜାନୁଆରି ୬ ଅପରାହ୍ନରେ କଣ୍ଟିଲୋ ଠାରେ ଡାକ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଜାନୁଆରି ୭ ତାରିଖ ଦିନ ସେ କଟକ ଜିଲ୍ଲା ଆଠଗଡ଼, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

Comments are closed.