ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ,

କଟକ: କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ ୨୯୨ ହରିଣରୁ ୧୦/୨୦ଟି ହରିଣ ରହିବେ ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାଶ ସିଂ କହିଛନ୍ତି ଯେ ହରିଣ ପାର୍କ କଟକ ମାଟିର ଐତିହ୍ୟ ଏବଂ ଏହି ପାର୍କରେ ୧୦ରୁ ୨୦ଟି ହରିଣ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୧୯୮୧ ମସିହାରୁ ଆରମ୍ଭ ପାର୍କରେ ଏବେ ୨୯୨ଟି ହରିଣ ଅଛନ୍ତି ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ କଟକ ହରିଣ ପାର୍କରେ ଜାଗା କମ ରହିଥିବାବେଳେ ଅଧିକ ହରିଣ ଅଛନ୍ତି। କମ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କୁ ବହୁ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ହରିଣଗୁଡ଼ିକ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଥିଲା। ଏଠାରେ ଅଳ୍ପ ସଂଖ୍ୟକ ହରି ରଖି ବାକି ସମସ୍ତ ହରିଣ ଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଏକ ସ୍ଥାନରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଟକ ହରିଣ ପାର୍କରେ ୧୦ରୁ ୨୦ ହରିଣ ରଖାଯିବା ପରେ ଅନ୍ୟ ସମସ୍ତ ହରିଣଗୁଡ଼ିକୁ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତରଣ କରାଯିବ ବୋଲି ଜଣାପଡ଼ିଛି।

Comments are closed.