ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କଲେ ଯୁବ ଗୋଷ୍ଠୀ

0

ପଟାମୁଣ୍ଡାଇ (ଅସିତ ବନ୍ଧୁ ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଓ ସମସ୍ୟା ବୁଝିବା ସହ ସେମାନଙ୍କ ନିକଟରେ ପହଞ୍ଚି ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଯୁବ  ଗୋଷ୍ଠୀ।


ପଟାମୁଣ୍ଡାଇ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ଯୁବ ନେତା ସୁଶାନ୍ତ ଦାସ, ଯୁବ ନେତା ଲିପନ କୁମାର ସୁତାର ଓ ଶ୍ରୀକାନ୍ତ କୁମାର ସାହୁଙ୍କ ସମେତ ନୀଳକଣ୍ଠପୁର ଅଞ୍ଚଳର ବହୁ ଯୁବକ ଏହି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେମାନେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ନିକଟରେ ପହଞ୍ଚି ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝି ଥିଲେ।
ଏହି ମାନବିକ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଜନସାଧାରଣ ଯୁବ ଗୋଷ୍ଠୀକୁ ଧନ୍ୟବାଦ ଜଣାଇଛନ୍ତି। ବିପତ୍ତି ସମୟରେ ଯୁବବର୍ଗ ଆଗେଇ ଆସି ମାନବିକ ଓ ମହତ୍ କାର୍ଯ୍ୟରେ ନିଜକୁ ସାମିଲ କଲେ ସମାଜର ମଙ୍ଗଳ ସାଧିତ ହେବ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.