ବିଡ଼ିଓ ଓ ଅଧ୍ୟକ୍ଷଙ୍କ ସହିତ ରିଲିଫ ସମ୍ବନ୍ଧୀୟ ସମିକ୍ଷା କଲେ ବିଧାୟକ ଗଣେଶ୍ଵର ବେହେରା!

0

ପଟ୍ଟାମୁଣ୍ଡାଇ ୧୮/୮: ଆଜି ସନ୍ଧ୍ୟାରେ ବିଧାୟକ ଗଣେଶ୍ଵର ବେହେରା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ପଟ୍ଟାମୁଣ୍ଡାଇ ଵିଡିଓ ଶୀତଲ ଅଗ୍ରୱାଲ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ
ସହିତ ରିଲିଫ ସମ୍ବନ୍ଧୀୟ ଆଲୋଚନା କରିଥିଲେ। ବିଶେଷକରି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ଉପରେ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାଞ୍ଚଳ କୁହାଯାଉଥିବା ଅଳପୁଆ, ତରଡିପାଳ,ପେଣ୍ଠପାଳ, ସିଂହଗା,ଅଣ୍ଢରା, ଅମୃତମଣୋହି ଵଲୁରିଆ , ବାଲିପାଟଣା,ବାଛରା ନିଳକଣ୍ଠପୁର, ଶ୍ରୀରାମପୁର,ଵଳଭଦ୍ରପୁର,ଡାମରପୁର, ସେହିପରି ପଟ୍ଟାମୁଣ୍ଡାଇ ମୂନସିପାଲଟି ଅଂଚଳର ୧୦ ଗୋଟି ଓ୍ଵାର୍ଡରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଶୁଖିଲା ଖାଦ୍ୟର ପରିମାଣ ବିଷୟରେ ପଚାରି ବୁଝିଥିଲେ।

ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ପରିମାଣ ଉପରେ ବିଧାୟକ ଶ୍ରୀ ଵେହେରା ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁ ଵନ୍ୟାପିଡିତା ମାନେ ସଂପୂର୍ଣ୍ଣ ପାଣି ଘେରରେ ଅଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ବନ୍ୟାଞ୍ଚଳ ଵାସିଙ୍କୁ ରିଲିଫ ୭ଦିନ ଦେବାକୁ ଏସ ଆର ସି ଙ୍କୁ ଚିଠି କରିଛି ବୋଲି କହିଥିଲେ । ତା’ପରେ କୂଳସାହୀ ଆବାସିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରିତ କରିବା ସଂକ୍ରାନ୍ତରେ ଜିଲାପାଳଙ୍କ ସହିତ ଫୋନ୍ ଯୋଗେ କଥା ହୋଇଥିଲେ। ସ୍କୁଲ ପିଲାମାନଙ୍କୁ କିପରି ସଵୁଧାରେ ସ୍ଥାନାନ୍ତରିତ କରାଯାଇ ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ ଵିଡିଓ ଶ୍ରୀମତୀ ଅଗ୍ରୱାଲ,ଓ ଅଧ୍ୟକ୍ଷ ଶ୍ରୀ ସାମନ୍ତରାୟ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ସରକାରଙ୍କ ପକ୍ଷରୁ ଯେଉଁ ରିଲିଫ ସାମଗ୍ରୀ ଆସିବ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ତୁରନ୍ତ ପିଡିତାଙ୍କ ନିକଟରେ ପହଞ୍ଚାଇଵ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.