ମହେନ୍ଦ୍ର ମେଳାରେ ବିପଦର ବନ୍ଧୁ ଓଡ଼ିଶା ଆନୁକୂଲ୍ୟରେ ” ଜଳ ବଣ୍ଟନ ଅନୁଷ୍ଠିତ ।

0

ଆର, ଉଦୟଗିରି -:ପ୍ରକୃତି ଓ ଆଧ୍ୟାତ୍ମର ମିଳନରେ ସମ୍ପୂର୍ଣ୍ଣ ହୋଇଥିବା ପୀଠ ହେଉଛି ମହେନ୍ଦ୍ରଗିରି ପର୍ବତ। ବର୍ତ୍ତମାନ ମହେଦ୍ରଗିରିରେ ଚାଲୁରହିଛି ଐତିହାସିକ ମହେନ୍ଦ୍ର ମେଳା। ହଜାର ହଜାର ସାଧୁସନ୍ଥଙ୍କ ବେଦମନ୍ତ୍ର ଉଚ୍ଚାରଣ, ନବକୁଣ୍ଡିୟ ମହାଯଜ୍ଞ, ସନ୍ଧ୍ୟା ଆଳତିର ଅପୂର୍ବ ଶାନ୍ତି ଲଭିବା ପାଇଁ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ମଧ୍ୟ ହେଉଛି। କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ସମସ୍ତଙ୍କ ଲାଗି ଅସହ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ତା ୦୭/୦୬/୨୦୨୬ ରିଖ ଦିନ ମହେନ୍ଦ୍ରଗିରି ପର୍ବତ ଶିଖରରେ ବିପଦର ବନ୍ଧୁ ଓଡିଶା ଓ ରାମଗିରି ମେଡ଼ିକାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଏକ ” ଜଳସେବା ଶିବିର “।

ଏହି ଶିବିରରେ ୩୦୦୦ ରୁ ଉର୍ଦ୍ଧ୍ବ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଥଣ୍ଡା ପାଣିର ବନ୍ଦୋବସ୍ତ କରାଯାଇଥିଲା। ଅସହ୍ୟ ରୋଦ୍ରତାପ ସମୟରେ ଏ ସାମୟିକ ଶାନ୍ତି ଲଭି ଭକ୍ତମାନେ ଉଭୟ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଆର୍ଶୀବାଦ କରିଥିଲେ। କାର୍ଯ୍ୟକ୍ରମକୁ ବିପଦର ବନ୍ଧୁ ଓଡିଶା ଓ ରାମଗିରି ମେଡ଼ିକାଲର ସଦସ୍ୟମାନେ ସୁଚାର ରୂପେ ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ଗ୍ରୀଷ୍ମ ପ୍ରବାହ ସମୟରେ ଗଞ୍ଜାମ, ଗଜପତି ଅଞ୍ଚଳରେ ଆୟୋଜିତ ହେଉଥିବା ପ୍ରତ୍ୟେକ ଯାତ୍ରାରେ ବିପଦର ବନ୍ଧୁ ଓଡିଶା ଜଳ ସେବା ଶିବିରର ଆୟୋଜନ କରି ଲୋକଙ୍କ ଉଦ୍ଦେଶ୍ୟରେ ସେବା ପ୍ରଦାନ କରିଆସୁଅଛି।

Leave A Reply

Your email address will not be published.