ରା, ଉଦୟଗିରି: ଗଜପତି ଜିଲ୍ଲାରେ କାଳବୈଶାଖୀଜନିତ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଘଟଣା ଦୀର୍ଘ ଦିନ ପରେ ମଧ୍ୟ ଟ୍ରାନ୍ସଫର୍ମ ମରାମତି ନ ହେବା ପରେ ବିଭିନ୍ନ ସମ୍ବାଦପତ୍ର ପ୍ରକାଶ଼। ପରେ ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ନୂତନ ଟ୍ରାନ୍ସଫମର ଲାଗିବା ସହ ଲୋକଙ୍କ ଦୁଃଖ ଦୂର ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, କାଳବୈଶାଖୀଜନିତ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଫଳରେ ଗତ ୧୮ ଦିନ ହେଲା ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ସନ୍ଧିସାହି ଗ୍ରାମରେ ବିଦ୍ୟୁତ ସରବରାହ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା । ବର୍ତ୍ତମାନର ପ୍ରଚଣ୍ଡ ରୌଦ୍ରତାପଜନିତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସହ୍ୟ ଗରମ ଓ ଗୁଳିଗୁଳି ସମୟରେ ଟ୍ରାନ୍ସଫମର ପୋଡିଯିବା କାରଣରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ ବନ୍ଦ ରହିବା ଯୋଗୁଁ ସିନ୍ଧି ସାହି ଗ୍ରାମବାସୀ ବିନା ବିଦ୍ୟୁତରେ ବହୁ ଦୁଃଖ କଷ୍ଟ ପାଉଥିଲେ । ଏହି ବିଷୟ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ସମ୍ପୃକ୍ତ ଘଟଣା ପାରଳାଖେମୁଣ୍ଡି ଠାରେ ଥିବା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁ ଜାଣିବା ପରେ ତୁରନ୍ତ ଟ୍ରାନ୍ସଫର୍ମର ଲଗେଇବା ପାଇଁ ନିର୍ଦେଶ ଦେଇଥିଲେ । ସିନ୍ଧି ସାହି ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇ ବିଦ୍ୟୁତ ସରବରାହ ଆରମ୍ଭ ହୋଇଯାଇଛି । ବିଦ୍ୟୁତ ସରବରାହ ଆରମ୍ଭ ହେବା ପରେ ଗ୍ରାମବାସୀଙ୍କ ଠାରେ ଆନନ୍ଦ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.