ୱାର୍ଡେନ୍‌ଙ୍କ ନାଁରେ ନୋଟ୍‌ ଲେଖି ଛାତ୍ର ନିଖୋଜ, ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପର୍ଜଙ୍ଗ : ସରାଙ୍ଗ ଇଞ୍ଜିନିୟରିଂ କଲେଜ ୱାର୍ଡେନ୍‌ଙ୍କ ନାମରେ ନୋଟ୍ ଲେଖି ଜଣେ ବି-ଟିକ୍‌ ଶେଷ ବର୍ଷ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଜିଆଇଟି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜର ବ୍ରହ୍ମସ୍ ଭବନର ବି-ଟେକ୍‌ ଶେଷ ବର୍ଷ ଛାତ୍ର ସନ୍ଦୀପ କୁମାର ଜେନା ଆଜି ସକାଳୁଠାରୁ ନିଖୋଜ ଅଛନ୍ତି। ତେ‌ବେ ସେ ଏକ ନୋଟ୍ ଛାଡ଼ି ଯାଇଛନ୍ତି। ଏଥିରେ ବ୍ରହ୍ମସ୍ ହଷ୍ଟେଲର ୱାର୍ଡେନ୍ ତାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ ସହ ମାନସିକ ଚାପ ଦେଇଥିବା ଉଲ୍ଲେଖ ରହିଛି। ଗତକାଲି ରାତିରେ ୱାର୍ଡେନ୍ ତାଙ୍କୁ ଗାଳିଗୁଲଜ କରିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ଏପରିକି ସନ୍ଦୀପଙ୍କ ବାପା ନ ଥିବାବେଳେ ତାଙ୍କ ମାଆଙ୍କୁ ଫୋନ୍‌ କରି ୱାର୍ଡେନ୍ ଜଣଙ୍କ ଅସଭ୍ୟ ଭାଷା କହିଥିବା ସେ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ଆଜି ଅପରାହ୍ନରେ ଏହା  ଜଣାପଡ଼ିବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜର ଛାତ୍ରଛାତ୍ରୀମାନେ ୱାର୍ଡେନ୍‌ଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଥିଲେ।

Comments are closed.