ଭାଲୁ ଆକ୍ରମଣରେ ଜଣେ ଗୁରୁତର

0

ଅନୁଗୋଳ : ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବନବିଭାଗ ଦ୍ୱାରା ଉଦ୍ଧାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ମୁତାବକ ଜରପଡା ଥାନା ଅନ୍ତର୍ଗତ କତଡା ଗ୍ରାମର ଧନୁ ନାୟକଙ୍କ ପୁଅ ସର୍ବେଶ୍ବର ନାୟକ(୫୦) ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡ଼ିଥିଲେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଲହୁଲୁହାଣ ହୋଇ ଗାଁ ଆଡ଼କୁ ଦୌଡ଼ିଥିଲେ। ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସିତ କରିଥିଲେ। ତାଙ୍କର ମୁହଁ, ମୁଣ୍ଡ, ପିଠିରେ ଗଭୀର ଆଘାତ ଲାଗିଛି।

Leave A Reply

Your email address will not be published.