ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

ପାଲଲହଡା : ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କରଡ଼ାପାଳ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପଡ଼ୋଶୀ ଘର ଭିତରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଧୀରେନ ବୋହିତା ବୋଲି ଜଣାପଡ଼ିଛି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ଗାଁରେ ଏକ ବିବାହ ଉତ୍ସବ ଚାଲିଥିଲା। ଧୀରେନ ବିବାହ ଭୋଜି ଖାଇ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଗାଁରେ ଏକ ବରଗଛ ତଳେ ବସିଥିଲେ। ତା’ପରେ ସେ ଘରକୁ ଫେରିନଥିଲେ।

ଆଜି ସକାଳେ ପରିବାର ଲୋକ ଖୋଜାଖୋଜି କରୁଥିବା ସମୟରେ ଗାଁର ପମ୍ପ ହାଉସ ନିକଟରେ ଥିବା ଏକ ବନ୍ଦ କୋଠରୀରୁ ଧୀରେନଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଘଟଣାକୁ ନେଇ ପରିବାର ଲୋକ ହତ୍ୟା ସନ୍ଦେହ ଜାହିର କରିଛନ୍ତି। କିଏ ଧୀରେନଙ୍କୁ ହତ୍ୟା କରି ପଡ଼ୋଶୀ ଘର ଭିତରେ ରଖିଥିବା ନେଇ ସନ୍ଦେହ ଉଠିଛି।

ଘଟଣା ସମ୍ପର୍କରେ ଖମାର ଥାନା ପୋଲିସକୁ ସୂଚନା ଦିଆଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ମୃତ୍ୟୁର ସଠିକ କାରଣ ଜାଣିବାକୁ ଛାନବିନ୍ ଚାଲିଛି।

Comments are closed.