କୋହଲିଙ୍କ ପ୍ରତି ଇନ୍‌ଷ୍ଟାଗ୍ରାମ ପୋଷ୍ଟ ୧୧.୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ତାରକା କ୍ରିକେଟର ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ପ୍ରାୟୋଜିତ ପୋଷ୍ଟ ପିଛା ୧୧.୪୫ କୋଟି ଟଙ୍କା ପାଇଥାନ୍ତି। ହୋପର ଏଚ୍‌କ୍ୟୁ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ପର୍ତୁଗାଲ୍‌ ଫୁଟବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ସବୁଠୁ ଆଗରେ ଅଛନ୍ତି। ସେ ପ୍ରତି ପୋଷ୍ଟ ପିଛା ୩.୨୩ ମିଲିଅନ୍‌ ଡଲାର (ପ୍ରାୟ ୨୬.୭୫ କୋଟି ଟଙ୍କା) ଆୟ କରୁଛନ୍ତି। ତାଙ୍କ ପଛକୁ ଆର୍ଜେଣ୍ଟିନା ଫୁଟବଲ୍‌ ଦଳର ଅଧିନାୟକ ‌ଲିଓନେଲ୍‌ ମେସି ୨.୫୬ ମିଲିଅନ୍‌ ଡଲାର (ପ୍ରାୟ ୨୧.୪୯ କୋଟି ଟଙ୍କା) ନେଉଛନ୍ତି। ବିଶ୍ବସ୍ତରରେ ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ଶୀର୍ଷ ୨୦ ଜଣଙ୍କ ଭିତରେ ସ୍ଥାନ ପାଇଛନ୍ତି। ‌ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କର ୨୫୬ ମିଲିଅନ୍‌ ଅନୁଗାମୀ ଅଛନ୍ତି।

Comments are closed.