ବିଡିଓଙ୍କ ବିଏଲ୍ ଓ ବି ଏଲ୍ ଏ ବୈଠକ ପରିଦର୍ଶନ

ନୟାଗଡ଼ (୨୫/୬) : ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟ ଚାଲିଥିବା ବେଳେ ଓଡ଼ଗାଁ ବ୍ଳକର ଏହି କାର୍ଯ୍ୟକୁ ବିଡିଓ ପ୍ରିତୀବାଳା ରଣା ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଓ ତହସିଲଦାର ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଡ.ମାନସରଞ୍ଜନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓ ରଣପୁର ନିର୍ବାଚନ ମଣ୍ଡଳୀରେ ଉକ୍ତ କାର୍ଯ୍ୟ ସୂଚାରୁରୂପେ ଚାଲୁଅଛି।ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁଘର ବୁଲି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇ ଆଦାୟ କରାଯାଇଛି।ଆଜି କୁରାଳ ପଞ୍ଚାୟତର ୭ଟି ବୁଥରେ ତିନୋଟି ରାଜନୈତିକ ଦଳର ଏଜେଣ୍ଟ,ଅବସରପ୍ରାପ୍ତ ଶିକ୍ଷକ,ବୁଥ୍ ସ୍ତରୀୟ ଅଧିକାରୀ ଓ ବୁଥର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୁଲବଶତଃ ଯେପରି କାହାର ନାମ ଭୋଟରତାଲିକାରୁ ବାଦ୍ ନପଡେ ସେଥିପାଇଁ ତାଲିକାକୁ ତନ୍ନତନ୍ନ କରି ସଭିଏଁ ଦେଖି ଥିଲେ ଏବଂ କିଛି ଭୋଟରଙ୍କ ସହିତ ଫୋନ୍ ରେ ଯୋଗାଯୋଗ କରି ପୁଣି ଥରେ ଭଲଭାବରେ ବୁଝି ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ସଂଶୋଧନ କରି ଫର୍ମ ରେ ଦସ୍ତଖତ କରିଥିଲେ।ଏହି ସମୟରେ ଅଚାନକ ବିଡିଓ ସୁଶ୍ରୀ ପ୍ରିତୀବାଳା ରଣା,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ଓ ସୁପରଭାଇଜର ରଞ୍ଜନ କୁମାର ଦାଶ ପହଞ୍ଚିଥିଲେ।ଭୋଟର ତାଲିକାରୁ କୌଣସି ଯୋଗ୍ୟ ଭୋଟର ଙ୍କ ନାମ ଯେପରି ବାଦ ନ ପଡେ ସେଥିପାଇଁ ଗୁରୁତ୍ୱ ଦେବା,ମୃତ ଭୋଟର ,ଦୋହରା ଓ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ପାଇଁ ବିଡିଓ ବାରମ୍ବାର ବୁଝାଇଥିଲେ।ଯେଉଁମାନଙ୍କ ନାମ ଭୁଲବଶତଃ ଚିଠା ଭୋଟର ତାଲିକାରେ ନଥିବ ସେମାନେ ଆବଶ୍ୟକ ଡକମେଣ୍ଟ୍ ସହିତ ଆସନ୍ତା ତା୫.୭.୨୬ ରିଖ ଦିନ ନୂତନ ଚିଠାଭୋଟର ତାଲିକା ପ୍ରକାଶ କରାଯିବା ପରେ ତା ୫.୭.୨୬ ରୁ ୪.୮.୨୬ ରିଖ ମଧ୍ୟରେ ଆବଶ୍ୟକୀୟ ପ୍ରମାଣ ପତ୍ର ଅତିରିକ୍ତ ନିର୍ବାଚନ ଅଧିକାରୀ ଓଡ଼ଗାଁଙ୍କ ନିକଟରେ ଦେଖାଇ ଅଭିଯୋଗ ଓ ଆପତ୍ତି ଜଣେଇପାରିବେ ବୋଲି ବିଶ୍ୱଜିତ୍ ଜେନା ଜଣେଇଥିଲେ ।ଯଦି ସେଥିରେ କିଛି ସମ୍ପର୍କ ବା ସମ୍ପର୍କୟଙ୍କ ନାମ ଭୁଲ ଅଛି ବା କୌଣସି କାରଣବଶତଃ ନାମ ବାଦ୍ ହୋଇଯାଇଛି ତାହା ପରବର୍ତ୍ତୀ ସମୟରେ ସଂଶୋଧନ ଓ ନୂତନ ଯୋଗ ହୋଇପାରିବ ତା ୨.୯.୨୬ ମଧ୍ୟରେ ଆପତ୍ତି ଓ ଅଭିଯୋଗ ର ଶୁଣାଣି ଶେଷ ହେବା ସହିତ ଆସନ୍ତା ତା ୬.୯.୨୬ ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ ବୋଲି ଶ୍ରୀଯୁକ୍ତ ଦାଶ ବୁଝାଇଥିଲେ।ଏହି କାର୍ଯ୍ୟରେ ସମସ୍ତେ ସହଯୋଗ କରିଥିବାରୁ ବିଡିଓ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଓଡ଼ଗାଁ ବ୍ଳକର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରଶଂସା କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।

Comments are closed.