ପାସପୋର୍ଟକୁ ନେଇ ଆସିଲା ବଡ ଖବର

ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ ।

ନୂଆଦିଲ୍ଲୀ :ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ପାସପୋର୍ଟକୁ ନେଇ ଏଭଳି ସ୍ପଷ୍ଟୀକରଣ ରଖିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତୀୟ ପାସପୋର୍ଟ ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ବୈଧ ଦଲିଲ। ୧୪ତମ ପାସପୋର୍ଟ ସେବା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ କୁହାଯାଇଛି। ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ଦିଆଯାଏ ।

ପାସପୋର୍ଟର ମୂଳ କାମ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସୁରକ୍ଷିତ ଯାତ୍ରା ସୁବିଧା ଯୋଗାଇବା ଏବଂ ବିଦେଶରେ ପରିଚୟ ପ୍ରମାଣିତ କରିବା। ଭାରତରେ ଆଧାର, ଭୋଟର ଆଇଡି କିମ୍ବା ପାସପୋର୍ଟ ଭଳି ଏକାକୀ ଦସ୍ତାବିଜ୍ ନାଗରିକତ୍ୱର ପୂର୍ଣ୍ଣ ପ୍ରମାଣ ନୁହେଁ। କୌଣସି ବିବାଦ ହେଲେ ସରକାର ଗଭୀର ଯାଞ୍ଚ କରନ୍ତି।ଆଇନଗତ ଭାବେ ପ୍ରତ୍ୟେକ ପାସପୋର୍ଟ ଭାରତ ସରକାରଙ୍କ ସମ୍ପତ୍ତି ଏବଂ ସରକାର ଚାହିଁଲେ ଏହାକୁ ଯେକୌଣସି ସମୟରେ ରଦ୍ଦ ବା ଫେରସ୍ତ ନେଇପାରିବେ। ଦେଶରେ ଏବେ ୫୪୫ଟି ପାସପୋର୍ଟ କେନ୍ଦ୍ର ରହିଛି । ଗତ ବର୍ଷ ୧ କୋଟି ୩୯ ଲକ୍ଷ ପାସପୋର୍ଟ ଜାରି ହୋଇଛି । ଲୋକଙ୍କୁ ଶୀଘ୍ର ପାସପୋର୍ଟ ମିଳୁଛି । ଏହା ଆଇନ୍ ଅନୁଯାୟୀ ସଠିକ୍ ତଥ୍ୟ । ନାଗରିକତ୍ୱ ସମ୍ପର୍କରେ କୌଣସି ସନ୍ଦେହ ଥିଲେ ଗୃହ ମନ୍ତ୍ରଣାଳୟ ସହ ଯୋଗାଯୋଗ କରନ୍ତୁ ।

Comments are closed.