ନୂଆଦିଲ୍ଲୀ : ନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା ଗୃହୀତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ବର୍ଷୀୟ କୁରିଆନ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ, ପଶୁପାଳନ ଓ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଥିଲେ । ତେବେ ଗତ ୨୧ ତାରିଖରେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ପୂରଣ ହେବା ପରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ସମ୍ବିଧାନର ନିୟମ ଅନୁସାରେ ଜଣେ କେନ୍ଦ୍ର ମନ୍ତ୍ରୀ ଉଭୟ ରାଜ୍ୟସଭା କିମ୍ବା ଲୋକସଭାର ସଦସ୍ୟ ହେବା ଜରୁରୀ । ତେବେ ବିନା ସଦସ୍ୟରେ ଜଣେ ୬ ମାସ ପର୍ଯ୍ୟନ୍ତ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରିବେ । କେରଳର ପ୍ରମୁଖ ବିଜେପି ନେତା କୁରିଆନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ଏଥର ଦଳ ତାଙ୍କୁ ଆଉ ମନୋନୀତ କରି ନ ଥିଲା । କେରଳ ବିଧାନସଭାରେ ବିଜେପିର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦଳ ଆଉ ରାଜ୍ୟସଭା ପ୍ରାର୍ଥୀ କରି ନଥିବା କୁହାଯାଉଛି ।…