ଭୁବନେଶ୍ୱର : ଦୂର ହେଲା ପରୀକ୍ଷା ଦ୍ବନ୍ଦ୍ବ । ଘୁଞ୍ଚିଲା OTET ପରୀକ୍ଷା। ଜୁନ୍ ୨୮ ପରିବର୍ତ୍ତେ ଜୁଲାଇ ୫ ତାରିଖରେ ହେବ OTET। ସକାଳ ୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ।ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଥିଲେ, ଆଉଥରେ ଡାଉନଲୋଡ୍ ମନା। ଜୁନ୍ ୨୮ରେ ହେବ ଆରଆଇ, ଅମିନ ପରୀକ୍ଷା । ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା
ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଚିନ୍ତାରେ ଥିଲେ ହଜାର ହଜାର ଆଶାୟୀ। ୨୮ ତାରିଖରେ ଓଏସଏସଏସସି ଓ ଓଟିଇଟି ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଦ୍ବନ୍ଦ୍ବରେ ଥିଲେ ପରୀକ୍ଷାର୍ଥୀ । ଦୁଇଟି ପରୀକ୍ଷାରେ ଅଂଶଗ୍ରହଣ କରିବା ସମ୍ଭବପର ନ ଥିବାରୁ ତାରିଖ ପରିବର୍ତ୍ତନ କରିବାକୁ ଆଶାୟୀମାନେ ଦାବି କରିଥିଲେ ।
ଓଏସଏସଏସସି ପକ୍ଷରୁ ଆର୍ ଆଇ, ଏଆର୍ ଆଇ, ଆଇସିଡିଏସ୍ ସୁପରଭାଇଜର, ଅମିନ ଓ ଏସ୍ଏସ୍ଏସ୍ ପଦବୀ ପାଇଁ ଜୁନ ୨୦ ତାରିଖରେ ପରୀକ୍ଷା ହେବାର ଥିଲା। କିନ୍ତୁ ଜୁନ୍ ୨୧ରେ ନିଟ୍ ପରୀକ୍ଷା ଥିବାରୁ ପ୍ରଶାସନିକ କାରଣ ଦର୍ଶାଇ ଏହାକୁ ସ୍ଥଗିତ କରାଯାଇ ଏବଂ ପରେ ଜୁନ ୨୮ରେ ଆୟୋଜନ କରିବାକୁ ଘୋଷଣା ହୋଇଛି।
ଓଟିଇଟି ପେପର୍-୧ ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ଓ ପେପର୍-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। ଗୋଟିଏ ଦିନରେ ପରୀକ୍ଷା ଥିବାରୁ ସେମାନଙ୍କୁ ଗୋଟିଏ ପରୀକ୍ଷା ଛାଡ଼ିବାକୁ ପଡ଼ିଥାଆନ୍ତା।