ଆଜି ଗୁଡ୍ ଫ୍ରାଇଡେ’, ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

ଭୁବନେଶ୍ବର : ଆଜି ଗୁଡ୍ ଫ୍ରାଇଡେ’। ମାନବ ଜାତି ପାଇଁ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏହା ପୂର୍ବରୁ ବିଭିନ୍ନ ଚର୍ଚ୍ଚ ଗୁଡି଼କରେ ସମୂହ ପ୍ରାର୍ଥନା କରାଯାଇଛି । କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀର କ୍ୟାଥଲିକ ଚର୍ଚ୍ଚ ଏବଂ ବାପିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ସମୂଖ ପ୍ରାର୍ଥନା କରିଛନ୍ତି ।

ସେହିଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଖ୍ରୀଷ୍ଟ ବିଶ୍ବାସୀ ମାନେ ଶାନ୍ତି ଶୃଙ୍ଖଳାର ସହ ଚର୍ଚ୍ଚ ଗୁଡ଼ିକରେ ସମୂହ ପ୍ରାର୍ଥନା କରିଛନ୍ତି । ଆଜି ଗୁଡ୍ ଫ୍ରାଇଡେ ପାଳନ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏପଟେ ସମଗ୍ର ଜିଲ୍ଲାରେ ଏବଂ ସଦର ମହକୁମା ଫୁଲବାଣୀରେ ଶାନ୍ତି ଶୃଙ୍ଖଳାର ସହିତ ଗୁଡ ଫ୍ରାଇଡେ ପାଳନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed.